Categories: ଖେଳ

ମ୍ୟାକ୍ଲିହାନଙ୍କ ପାଇଁ ସ୍ତ୍ରୀ ଛାଡ଼ିଛନ୍ତି ନୋଟ୍‌

ଅକ୍‌ଲାଣ୍ଡ,୧୬।୩- ନ୍ୟୁଜିଲାଣ୍ଡ ପେସର ମିଚେଲ ମ୍ୟାକ୍ଲିହାନ ପାକିସ୍ତାନ ସୁପର ଲିଗ୍‌ (ପିଏସଏଲ)ରୁ ଫେରିବା ପରେ ୧୪ ଦିନ ପାଇଁ ନିଜ ଆଡ଼ୁ କ୍ୱାରାଣ୍ଟାଇନରେ ରହିଛନ୍ତି। ଏହି ଖେଳାଳି ଟୁଇଟରରେ ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ମ୍ୟାକ୍ଲିହାନଙ୍କ ଲାଗି ସ୍ତ୍ରୀ ଛାଡ଼ିଥିବା ଲେଟରକୁ ଦେଖିବାକୁ ମିଳୁଛି। ଘରକୁ ଫେରିବା ପରେ ମୋ ସ୍ତ୍ରୀର ମେସେଜ ପାଇଛି। ଘରେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଛି। ମୋ ସ୍ତ୍ରୀ କିଛି ସପ୍ତାହ ଲାଗି ପରିବାରବର୍ଗ ସହ ରହିବାକୁ ଯାଇଛି। ୧୪ ଦିନ ପରେ ଦେଖାହେବ ବୋଲି କ୍ୟାପଶନରେ ମ୍ୟାକ୍ଲିହାନ ଲେଖିଛନ୍ତି। ନ୍ୟୁଜିଲାଣ୍ଡ ସରକାର ପ୍ରତ୍ୟେକ ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ବାଧ୍ୟତାମୂଳକ ୧୪ ଦିନ ଅଲଗା ରହିବାକୁ ପରାମର୍ଶ ଦେଇଛନ୍ତି। ବାମହାତୀ ପେସର ଚଳିତ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ)ରେ କରାଚୀ କିଙ୍ଗ୍ସ ଲାଗି କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିଲେ। ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି।

 

Share