Categories: ଜାତୀୟ

ମୌସୁମୀ ବର୍ଷା ନେଲାଣି ୧,୬୭୩ ଜୀବନ

ନୂଆଦିଲ୍ଲୀ, ୨ା୧୦(ପି.ଟି.): ଲଗାଣ ବର୍ଷା ଯୋଗୁ ବିହାର ଓ ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୫୭ ଟପିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ୧୦% ଅଧିକ ହୋଇଛି, ଯାହାକି ୨୫ ବର୍ଷରେ ସର୍ବାଧିକ। ଚଳିତବର୍ଷ ବର୍ଷାଜନିତ କାରଣରୁ ଜୁନ ମାସରୁ ଏପର୍ଯ୍ୟନ୍ତ ଦେଶରେ ୧,୬୭୩ ଜଣ ପ୍ରାଣ ହରାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ପାଟନାରେ ପ୍ରାୟ ୨୦ ଲକ୍ଷ ଲୋକ ଜଳବନ୍ଦୀ ହୋଇଥିବାବେଳେ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। କାନ୍ଥ ଭାଡ଼ିବା, ଘର ଭୁଶୁଡ଼ିବା ଯୋଗୁ ଅଧିକାଂଶ ଲୋକ ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ୩୭୧ ଜଣ ପ୍ରାଣ ହରାଇଲେଣି। ଜଳବାୟୁ ପରିବର୍ତ୍ତନ, ଅବାଧ ଗଛକଟା ଓ ସଚେତନତାର ଅଭାବ ଯୋଗୁ ପାଣିପାଗରେ ପରିବର୍ତ୍ତନ ହୋଇ ଏଭଳି ବର୍ଷା ବିତ୍ପାତ ଦେଖାଦେଉଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ମୌସୁମୀଜନିତ ବର୍ଷା ଲାଗିରହିବ ବୋଲି ଜଣାପଡ଼ିଛି।

Share