ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି। ମୌସୁମୀ ସକ୍ରିୟ ହେଉ ନ ଥିବାରୁ ଆଦୌ ବର୍ଷା ହେଉନାହଁି। ଜୁଲାଇ ମାସର ୧୮ ଦିନ ବିତିଗଲାଣି। ହେଲେ ପାଣି ଅଭାବ ଯୋଗୁ ଚାଷକାମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଚାଷୀ ହତାଶ ହୋଇ ବର୍ଷାକୁ ଅନେଇ ବସିଛିି। ବାଲେଶ୍ୱର ଜିଲା ବସ୍ତା ବ୍ଲକର ୧୬ହଜାର ୮୪୩ ହେକ୍ଟର ଜମିରେ ଜଳ ଅଭାବରୁ ଏଯାବତ୍‌ ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି।
ବାଲେଶ୍ୱର ସଦର ବ୍ଲକର କଷିପଦା, ରୂପ୍‌ସା, ଆଙ୍କୋ, ହଳଦୀପଦା, ଛାନୁଆ, ବାହାବଳପୁର, ଶ୍ରୀରାମପୁର, ରସଲପୁର, ସାର୍ଥା, କଷାଫଳ ଆଦି ପଞ୍ଚାୟତ ସମେତ ବସ୍ତା ବ୍ଲକର ଗଡ଼ପଦା, ରାଉତପଡ଼ା, ମଥାନୀ, ଦୁଧହଂସା, ବାହାର୍ଦ୍ଦା, ତାଡ଼ଦା, ପାଉଁଶକୁଲି ଆଦି ପଞ୍ଚାୟତରେ ଜଳାଭାବ ଯୋଗୁ ବହୁ ଜମି ପଡ଼ିଆ ପଡ଼ିଛି। ଯେଉଁ ଜମିରେ ତଳି ପଡ଼ିଥିଲା ତାହା ବର୍ଷା ଅଭାବରୁ ଗଜା ମରୁଡ଼ି ହୋଇଛି। ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ କରିଛି।
ସହକାରୀ କୃଷି ଅଧିକାରୀ ସୋମନାଥ ରଣାଙ୍କ ସୂଚନା ଅନୁଯାୟୀ ବସ୍ତା ବ୍ଲକର ମୋଟ ୩୧ଟି ପଞ୍ଚାୟତରେ ୨୦ହଜାର ୧୬୯ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିମଧ୍ୟରୁ ୧୨ହଜାର ୨୪୮ହେକ୍ଟର ଜଳସେଚିତ ଓ ୭ହଜାର ୯୨୧ହେକ୍ଟର ଜମି ଅଣ ଜଳସେଚିତ ଅଟେ। ୧୨୩୦ ହେକ୍ଟର ଅଣଧାନ ଜମିରୁ ୯୦୭ହେକ୍ଟରରେ ପନିପରିବା, ଲଙ୍କା, ହଳଦୀ, ଅଦା, ପିଆଜ ଆଦି ମସଲା ଜାତୀୟ ଚାଷ କରାଯାଇଛି। ମୋଟ୍‌ ୧୮ହଜାର ୯୩୯ ହେକ୍ଟର ଧାନ ଚାଷ ଜମିରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨୨୪ହେକ୍ଟର ଜମିରେ ବୁଣା ଓ ରୁଆ କାର୍ଯ୍ୟ ସରିଛି। ୧୮୭୨ ହେକ୍ଟର ଜମିରେ ତଳି ପଡ଼ିଛି। ଅବଶିଷ୍ଟ ୧୬ହଜାର ୮୪୩ ହେକ୍ଟର ଜମିରେ ଜଳ ଅଭାବରୁ ଏଯାବତ୍‌ ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି। ବୁଣା, ରୁଆ ଯାଇଥିବା ଜମି ଓ ତଳି ପଡ଼ିଥିବା ଜମିରେ ବର୍ଷା ଅଭାବରୁ ଗଛ ମରିବାକୁ ବସିଛି। ଶାହାଡ଼ା, ଇଡ଼ିଦା ଓ ନାଇକୁଡ଼ି ଆଦିି ପଞ୍ଚାୟତର ୫ଶହ ଚାଷୀଙ୍କୁ ଧାଡ଼ିରୁଆ ପଦ୍ଧତିରେ ହେକ୍ଟର ପ୍ରତି ୪୦କେଜି ହିସାବରେ ମୋଟ୍‌ ୨ଶହ ହେକ୍ଟର ଚାଷ ପାଇଁ ୮୦ କୁଇଣ୍ଟାଲ ବିହନ ମାଗଣା ଦିଆଯାଇଥିଲା। ହେଲେ ବର୍ଷା ଅଭାବରୁ ଚାଷୀର ଜୀବିକା ଅର୍ଜନ ଆଶା ଫସର ଫାଟିଛି। ସହକାରୀ କୃଷି ଅଧିକାରୀ ସୋମନାଥ ରଣା କହିଛନ୍ତି ଯେ, ଜୁନ ମାସରେ ବସ୍ତା ବ୍ଲକରେ ହେବାକୁ ଥିବା ୨୫୩ ମି.ମି. ବର୍ଷାରୁ ୧୦୫ମି.ମି. ଓ ଜୁଲାଇରେ ୨୫୯ମି.ମି.ରୁ ୧୨୭ମି.ମି. ବର୍ଷା ହୋଇଛି। ଧାନଚାଷ ବାଧାପ୍ରାପ୍ତ ହେଲେ ସରକାରୀ ସ୍ତରରେ ଅନ୍ୟ ଚାଷର ସୁବିଧା ବ୍ୟବସ୍ଥା ରହିଛି। ଅଣଋଣୀ ଚାଷୀ ଜୁଲାଇ ୩୧ ତାରିଖ ସୁଦ୍ଧା କୃଷି କାର୍ଯ୍ୟାଳୟ ଓ କମନ ସର୍ଭିସ୍‌ ସେଣ୍ଟରରେ ସରକାରୀ ବୀମା ଯୋଜନାରେ ସାମିଲ ହେଲେ ସହାୟତା ପାଇବାରୁ ବଞ୍ଚତ୍ତ ହେବେ ନାହଁି। କୃଷି ବିଭାଗ ତରଫରୁ ଜିଲାବ୍ୟାପୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସଚେତନତା ରଥ ପରିକ୍ରମା କରୁଛି।

(ବାଞ୍ଛାନିଧି ଦେ)


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri