ମୌଳିକ ସୁବିଧାରୁ ବଞ୍ଚିତ ଆମ୍ବଖାଲବାସୀ

ହାତୀଓଟ,୧୯ା୧୦-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କିନ୍ତୁ ଏବେ ମଧ୍ୟ କିଛି ଆଦିବାସୀ ଅଞ୍ଚଳରେ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଏହା ଦେଖିବାକୁ ମିଳିଛି ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଖାଲ ସୌରା ଆଦିବାସୀ ଗଁ।ରେ। ଏଠାରେ ୪୫ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। କିନ୍ତୁ ଗାଁକୁ ଯିବାକୁ ଭଲ ରସ୍ତା ନାହିଁ, ପିଇବା ପାଣି, ସ୍ବାସ୍ଥ୍ୟ ଓ ଶିକ୍ଷାର ଘୋର ଅଭାବ ରହିଛି। ଯେଉଁ ରାସ୍ତା ଅଛି ତାହା ବିଲମାଳ କିଆରି ମଧ୍ୟରେ କାଦୁଅ ମାଟି ରାସ୍ତା। ଏଥିରେ ଲୋକଙ୍କୁ ଯାତାୟାତ କରିବାରେ ବହୁ ଅସୁବିଧା ହେଉଛି। ଏବଂ ଏହି ରାସ୍ତା ଦେଇ ଦମକଳ ଗାଡି, ଆମ୍ବୁଲାନ୍ସ ସହ ୧୦୨ ଗାଡ଼ି ଯିବା ଆସିବା କାରିପାରୁନାହିଁ। ଫଳରେ ରୋଗୀ, ଗର୍ଭବତୀ ଗାଡ଼ିରେ ମେଡିକାଲ ଯାଇନପାରୁ ନାହାନ୍ତି। ସେମାନଙ୍କୁ ପରିବାର ଲୋକେ ଦୋଳାକରି ଗ୍ରାମରେ ପ୍ରବାହିତ ଧନେଇ ନାଳ ଉପରେ ଅସ୍ଥାୟୀ ନିର୍ମିତ ବାଉଁଶ ପୋଲ ସାହାଯ୍ୟରେ ମେଡିକାଲକୁ ନେଉଛନ୍ତି। ବେଳେ ବେଳେ ଯିବା ରାସ୍ତାରେ ପ୍ରସବ ମଧ୍ୟ ହୋଇଥିବା ଘଟଣା ଲୋକେ କହିଛନ୍ତି। ଏଥିସହ ଏହି ପୋଲ ରାସ୍ତାରେ ଏକ କିଲୋମିଟର ଦୂରକୁ ଯାଇ ଏକ ପଥର କୂଅରୁ ପିଇବା ପାଣିି ଅଣିବାକୁ ପଡ଼ିଥାଏ। ପିଲାମାନେ ପାଠ ପଢିବା ପାଇଁ ଏହି ବାଉଁଶ ପୋଲ ଉପରେ ଖମ୍ବ ମାଧ୍ୟମରେ ଏକ କିଲୋମିଟରରେ ଥିବା ଭାବରଡା ସ୍କୁଲକୁ ଯିବା ଆସିବା କରୁଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ଗ୍ରାମ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଶମ୍ଭୁନାଥ ନନ୍ଦି କୁହନ୍ତିି, ପ୍ରଶାସନ ଦ୍ୱାରା ଶୀଘ୍ର ଉକ୍ତ ଗ୍ରାମକୁ ଗୋପିଆପଲ୍ଲୀ ଦେଇ ଏକ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ। ବର୍ତ୍ତମାନ ତାହା ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ରହିଛି। ତେଣୁ ବର୍ଷା ଦିନ ପରେ ଉକ୍ତ କାର୍ଯ୍ୟ ଚାଲୁ ରହିବ ବୋଲି କହିିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri