Categories: ଜାତୀୟ

ମୋ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: ଆଜମ

ରାମପୁର,୨୯।୨: ଭୁଲ ତଥ୍ୟ ଦେଇଥିବା ମାମଲାରେ ଉତ୍ତର ପ୍ରଦେଶର ସୀତାପୁର ଜେଲରେ ବନ୍ଦଥିବା ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍‌ପି ଆଜମ ଖାଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଉପରେ ବଡ ଅଭିଯୋଗ ଆଣିଛନ୍ତି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାଁ ଶନିବାର କହିଛନ୍ତି ତାଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି। ଆଜମଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହେବ ବୋଲି ଆଲୋଚନା ହେଲାଣି। ସୂଚନାଯୋଗ୍ୟ, ଶନିବାର ଆଜମ ଖାଁଙ୍କୁ ସୀତାପୁର ଜେଲରୁ ରାମପୁର ନିଆଯାଇଛି। ଏହିସମୟରେ ଗଣମାଧ୍ୟମକୁ ସେ କହିଛନ୍ତି ତାଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି।

Share