ମୋ ସରକାର ଯୋଜନା ରୂପାୟନ ପରଖିଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୧୦ – ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କଲାପରେ ବଲାଙ୍ଗୀର ଜିଲାରେ ଏହି ଯୋଜନା କିଭଳି ରୂପାୟନ ହେଉଛି ଅଭିଯୋଗକାରୀଙ୍କ ନିକଟକୁ ଯାଇ ପରଖିଛନ୍ତି ଏସ୍‌ପି ମଡକର ସନ୍ଦୀପ ସମ୍ପଦ। ଶନିବାର ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ପଡାର ରାଜେଶ ପଟେଲଙ୍କ ଘରେ ପହଞ୍ଚିଥିଲେ ଏସ୍‌ପି ସମ୍ପଦ ା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ଉପସ୍ଥିତିରେ ଅଭିଯୋଗକାରୀଙ୍କୁ ଫୁଲତୋଡା ସହ ଥାନା ଅଧିକାରୀ, ଏସଡିପି ଓ ଏବଂ ଏସ୍‌ପିଙ୍କ ମୋବାଇଲ୍‌ ନମ୍ବର ଥିବା ଏକ ଭିଜିଟିଂ କାର୍ଡ ପ୍ରଦାନ କରାଯାଇଥିଲା ା କିଛି ଦିନ ତଳେ ବଡଭାଇ ମୋହନ ପଟେଲ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ରାଜେଶ ା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସମୟରେ ପୋଲିସ ପକ୍ଷରୁ ତାଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା, ପିଇବାକୁ ପାଣି ଓ ବସିବାକୁ ଚୌକି ଦିଆଯାଇଥିଲା ନା ନାହିଁ, ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗକାରୀ ସନ୍ତୁଷ୍ଟ ହୋଇିଛନ୍ତି ନା ନାହିଁ ପଚାରି ବୁଝିଥିଲେ। ଏହି ଘଟଣାରେ ଟାଉନ ଥାନାକୁ ୫ ମାର୍କରୁ କେତେ ମାର୍କ ଦେବେ ବୋଲି ପଚାରିଥିଲେ ଏସ୍‌ପି ା ପୋଲିସର ବ୍ୟବହାର ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ ଟାଉନ ଥାନା ପୋଲିସକୁ ସେ ୫ମାର୍କ ଦେଉଥିବା ନେଇ ରାଜେଶ ଏସପିଙ୍କୁ ଜଣାଇଥିଲେ ା ସେହିପରି ବେହେରାପାଲିର ରୀନା କୁମ୍ଭାର ନାମକ ଜଣେ ଅଭିଯୋଗକାରୀଙ୍କ ଘରକୁ ଯାଇଥିଲେ ଏସ୍‌ପି ା ବଡଭାଇ ବିଭିନ୍ନ ସମୟରେ ଗାଳିଗୁଲଜ ଓ ମାରଧର କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ରୀନା ା ବରିଷ୍ଠ ପୋଲିସ ଅଧିକାରୀମାନେ ଘରକୁ ଆସି ତାଙ୍କ ଅଭିଯୋଗ ଉପରେ ପଚାରି ବୁଝିଥିବାରୁ ରୀନା ସନ୍ତୋଷ ପ୍ରକାଶ କରିଛନ୍ତି ା ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଲାଗୁ ପରେ କେବଳ ବଲାଙ୍ଗୀର ଟାଉନ ଥାନା ଅଞ୍ଚଳ କାହିଁକି ଜିଲାର ସମସ୍ତ ଥାନା ଅଞ୍ଚଳକୁ ଗସ୍ତ କରି ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ପୋଲିସ କାର୍ଯ୍ୟକଳାପ ସମ୍ପର୍କରେ ପଚାରିିବ ବୋଲି ଏସପି ସମ୍ପଦ ସୂଚନା ଦେଇଛନ୍ତି ା