ମୋ ସରକାର ଯୋଜନା ରୂପାୟନ ପରଖିଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୧୦ – ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କଲାପରେ ବଲାଙ୍ଗୀର ଜିଲାରେ ଏହି ଯୋଜନା କିଭଳି ରୂପାୟନ ହେଉଛି ଅଭିଯୋଗକାରୀଙ୍କ ନିକଟକୁ ଯାଇ ପରଖିଛନ୍ତି ଏସ୍‌ପି ମଡକର ସନ୍ଦୀପ ସମ୍ପଦ। ଶନିବାର ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ପଡାର ରାଜେଶ ପଟେଲଙ୍କ ଘରେ ପହଞ୍ଚିଥିଲେ ଏସ୍‌ପି ସମ୍ପଦ ା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକଙ୍କ ଉପସ୍ଥିତିରେ ଅଭିଯୋଗକାରୀଙ୍କୁ ଫୁଲତୋଡା ସହ ଥାନା ଅଧିକାରୀ, ଏସଡିପି ଓ ଏବଂ ଏସ୍‌ପିଙ୍କ ମୋବାଇଲ୍‌ ନମ୍ବର ଥିବା ଏକ ଭିଜିଟିଂ କାର୍ଡ ପ୍ରଦାନ କରାଯାଇଥିଲା ା କିଛି ଦିନ ତଳେ ବଡଭାଇ ମୋହନ ପଟେଲ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ରାଜେଶ ା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସମୟରେ ପୋଲିସ ପକ୍ଷରୁ ତାଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିଲା, ପିଇବାକୁ ପାଣି ଓ ବସିବାକୁ ଚୌକି ଦିଆଯାଇଥିଲା ନା ନାହିଁ, ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗକାରୀ ସନ୍ତୁଷ୍ଟ ହୋଇିଛନ୍ତି ନା ନାହିଁ ପଚାରି ବୁଝିଥିଲେ। ଏହି ଘଟଣାରେ ଟାଉନ ଥାନାକୁ ୫ ମାର୍କରୁ କେତେ ମାର୍କ ଦେବେ ବୋଲି ପଚାରିଥିଲେ ଏସ୍‌ପି ା ପୋଲିସର ବ୍ୟବହାର ଓ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବା ସହ ଟାଉନ ଥାନା ପୋଲିସକୁ ସେ ୫ମାର୍କ ଦେଉଥିବା ନେଇ ରାଜେଶ ଏସପିଙ୍କୁ ଜଣାଇଥିଲେ ା ସେହିପରି ବେହେରାପାଲିର ରୀନା କୁମ୍ଭାର ନାମକ ଜଣେ ଅଭିଯୋଗକାରୀଙ୍କ ଘରକୁ ଯାଇଥିଲେ ଏସ୍‌ପି ା ବଡଭାଇ ବିଭିନ୍ନ ସମୟରେ ଗାଳିଗୁଲଜ ଓ ମାରଧର କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ରୀନା ା ବରିଷ୍ଠ ପୋଲିସ ଅଧିକାରୀମାନେ ଘରକୁ ଆସି ତାଙ୍କ ଅଭିଯୋଗ ଉପରେ ପଚାରି ବୁଝିଥିବାରୁ ରୀନା ସନ୍ତୋଷ ପ୍ରକାଶ କରିଛନ୍ତି ା ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଲାଗୁ ପରେ କେବଳ ବଲାଙ୍ଗୀର ଟାଉନ ଥାନା ଅଞ୍ଚଳ କାହିଁକି ଜିଲାର ସମସ୍ତ ଥାନା ଅଞ୍ଚଳକୁ ଗସ୍ତ କରି ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ପୋଲିସ କାର୍ଯ୍ୟକଳାପ ସମ୍ପର୍କରେ ପଚାରିିବ ବୋଲି ଏସପି ସମ୍ପଦ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri