ମୋ ସରକାରକୁ ଫୋନ କଲାରୁ କଥା ରହିଲା

ଭୁବନେଶ୍ୱର,୩।୩(ବ୍ୟୁରୋ): ନିଜ ହାତରୁ ୧୫ଶହ ଟଙ୍କା ବ୍ୟୟରେ ପାଣି ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ମୋ ସରକାର ଫୋନ ନମ୍ବରକୁ ଫୋନ କରି ତାଙ୍କ ମରାମତି ବାବଦ ଅର୍ଥ ଫେରି ପାଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାର ଯୋଜନାରେ ଆସୁଥିବା ଟେଲିଫୋନ ନମ୍ବରକୁ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥିନନ୍‌ ଅନୁଧ୍ୟାନ କରିବା ସମୟରେ ଏଭଳି ଅଭିଯୋଗ ତାଙ୍କ ନଜରକୁ ଆସିଥିଲା। ମାମଲାର ବୀବରଣୀରୁ ଯାହା ଜଣାପଡିଛି, ଖୋର୍ଦ୍ଧା ସ୍ଥିତ ଅକ୍ଷୟ କୁମାରଙ୍କ ଘରେ କିଛିଦିନ ତଳେ ପାଣି ପାଇପ ସଂଯୋଗ କରାଯାଇଥିଲା। କିନ୍ତୁ ଠିକ୍‌ଭାବରେ କାମ ହୋଇ ନ ଥିବା ଯୋଗୁରୁ ପାଇପ୍‌ରେ ଲିକ୍‌ ହୋଇଥିଲା। ଏହାକୁ ମରାମତି କରିବା ପାଇଁ ସେ ମୋ ସରକାର ଅଭିଯୋଗ ନମ୍ବରକୁ ବାରମ୍ବାର ଟେଲିଫୋନ କରିବା ସତ୍ତ୍ୱେ କାମ କରିଥିବା କଣ୍ଟ୍ରାକ୍ଟର କିମ୍ବା ଓ୍ବାଟେ୍‌କୋ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ। ଫଳରେ ଅକ୍ଷୟ ବାଧ୍ୟହୋଇ ଜଣେ ଘରୋଇ ମିସ୍ତ୍ରୀଙ୍କୁ ୧୫ଶହ ଟଙ୍କା ଦେଇ ପାଇପ୍‌ର ମରାମତି କରିଥିଲେ। ଏଭଳି ଅଭିଯୋଗ ଯେତେବେଳେ ସଚିବଙ୍କ ଦୃଷ୍ଟିକୁ ଆସିଲା ସଙ୍ଗେସଙ୍ଗେ ସେ ଏହାର ତଦନ୍ତ କରାଇଛନ୍ତି।