Categories: ଜାତୀୟ

ମୋ ବିରୋଧରେ ଲେଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଖାଲି ହୋଇଯିବ ନ୍ୟୁଜ ଚ୍ୟାନେଲ: ରାହୁଲ

ନୂଆଦିଲ୍ଲୀ,୧୧।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆ ପୋଷ୍ଟ ହେବା ପରେ ଖବରଦାତାଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଖବର ଚର୍ଚ୍ଚାରେ ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏହି ଖବରକୁ ନେଇ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି ମୋ ବିରୋଧରେ ଲେଖୁଥିବା ଲୋକଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ନ୍ୟୁଜ ଚ୍ୟାନେଲ ଖାଲି ହୋଇଯିବ। ଏହାସହ ମିଡିଆ ହାଉସ୍‌ ଖାଲି ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି। ତେଣ ଯୋଗୀଙ୍କୁ ନେଇ ସୋସିଆଲ ମିଡିଆରେ ଯାହା ପୋଷ୍ଟ କରାଯାଇଥିଲା ଏବେ ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା କୁହାଯାଉଛି।

Share