‘ମୋ ବସ୍‌’ର ସାହାରା ନେଲା ବିଏମ୍‌ସି: ରାଜଧାନୀର ସିଲ୍‌ ଅଞ୍ଚଳରେ ଯୋଗାଇବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀର ସିଲ୍‌ ହୋଇଥିବା ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଉଛି। ଶନିବାରଠାରୁ ମୋ ବସ୍‌ରେ ଏହି ସାମଗ୍ରୀ ଅଣାଯିବା ନେଇ ସ୍ଥିର ହୋଇଛି। ପ୍ରତି ସିଲ୍‌ ଅଞ୍ଚଳକୁ ଦିନକୁ ୨ ଥର ସକାଳେ ଓ ସନ୍ଧ୍ୟାରେ ମୋ ବସ୍‌ ଯାଇ ଲୋକମାନଙ୍କୁ ସାମଗ୍ରୀ ଯୋଗାଇବ। କ୍ରୁଟ୍‌ ସହ ମିସି ବିଏମ୍‌ସି ଏହି ସେବା ଆରମ୍ଭ କରିଛି।
ତେବେ ପୂର୍ବରୁ ୩ଟି ୪ ଚକିଆ ଗାଡ଼ିରେ ବିଏମ୍‌ସି ଏହି ସେବା ଯୋଗାଇ ଆସୁଥିଲା। ଏବେ ଲୋକଙ୍କୁ ପର୍ଯ୍ୟାପ୍ତ ଓ ସମସ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବିଏମ୍‌ସି ମୋ ବସ୍‌ର ସାହାରା ନେଇଛି।