ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ ପ୍ରେମିକଙ୍କ ଏପରି ଘନ ଘନ ଚେତାବନୀ ଶୁଣି ଡରିଯାଇଥିଲେ ଦେଖଣାହାରି। ଖବରପାଇ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ। ସ୍ଥାନୀୟ ପୌରପାଳିକା ଟିମ୍‌ ମଧ୍ୟ ଘଟଣାସ୍ଥଳକୁ ଦୌଡ଼ିଥିଲା। ଦେଢ଼ଘଣ୍ଟା ଧରି ବୁଝାଶୁଝା ସହ ପ୍ରେମିକାଙ୍କୁ ଦେଖାକରାଯିବ ବୋଲି କୁହାଯିବା ପରେ ଶେଷରେ ଆତ୍ମହତ୍ୟା ଜିଦ୍‌ ଛାଡ଼ି ଗଛରୁ ତଳକୁ ଓହ୍ଲାଇଥିଲେ ନାବାଳକ ପ୍ରେମିକ। ଅନୁଗୋଳ ସହର ଅମଲାପଡ଼ାସ୍ଥିତ ଏକ ବାଳାଶ୍ରମ ପରିସରରେ ମଙ୍ଗଳବାର ଘଟିଥିବା ଏପରି ଏକ ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ (୧୭ ବର୍ଷ ୮ ମାସ) ଓ ନାବାଳିକା (୧୭ ବର୍ଷ) ପରସ୍ପରକୁ ପ୍ରେମ କରୁଥିଲେ। କିଛି ଦିନ ପୂର୍ବରୁ ସେମାନେ ଲୁଚି ଘରୁ ପଳାଇଥିଲେ। ଗତ ଶନିବାର ଅନୁଗୋଳ ରେଲୱେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଇଥିଲା। ଏହାପରେ ନାବାଳକଙ୍କୁ ଅନୁଗୋଳ ଅମଲାପଡ଼ାରେ ଥିବା ଏକ ବାଳାଶ୍ରମରେ ଓ ନାବାଳିକାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ସଖୀ କାଉନ୍‌ସେଲିଂ ସେଣ୍ଟରରେ ରଖାଯାଇଥିଲା। ସୋମବାର ସମ୍ପୃକ୍ତା ନାବାଳିକାଙ୍କୁ ତାଙ୍କ ଘର ଲୋକେ ନେଇଯାଇଥିବାବେଳେ ମଙ୍ଗଳବାର ସକାଳୁ ନାବାଳକ ଜଣକ ଉକ୍ତ ବାଳାଶ୍ରମ ପରିସରରେ ଥିବା ପଟାସ ଗଛର ଶୀର୍ଷକୁ ଚଢ଼ିଯାଇ ପ୍ରେମିକାଙ୍କୁ ଘଟଣାସ୍ଥଳକୁ ଡାକିବାକୁ ଦାବି କରିଥିଲେ। ପ୍ରେମିକା ନ ଆସିଲେ ବେକରେ ଗାମୁଛା ବାନ୍ଧି ଗଛରେ ଆତ୍ମହତ୍ୟା କରିଦେବେ ବୋଲି ଚେତାବନୀ ଦେଇଥିଲେ। ବାଳାଶ୍ରମ କର୍ମଚାରୀଙ୍କଠାରୁ ଖବରପାଇ ଅନୁଗୋଳ ଦମକଳ ବାହିନୀ, ଅନୁଗୋଳ ଟାଉନ ଥାନା ପୋଲିସ ଓ ପୌରପାଳିକା ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ବୁଝାଶୁଝା କରିଥିଲେ। ପରେ ପ୍ରେମିକାଙ୍କୁ ଦେଖା କରାଇବା ପ୍ରତିଶ୍ରୁତି ଦିଆଯିବାରୁ ନାବାଳକ ଗଛରୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିବା ଅନୁଗୋଳ ଟାଉନ ଥାନା ଆଇଆଇସି ପ୍ରକାଶ ମାଝୀ ସୂଚନା ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବାବେଳେ ବାଳାଶ୍ରମର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଉକ୍ତ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସତ୍ତ୍ୱେ ମତାମତ ମିଳିପାରି ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

ଭାରତ କେବେ ବି ମୁଣ୍ଡ ନୁଆଁଇବ ନାହିଁ…ପାକିସ୍ତାନକୁ ଅଲ୍ଟିମେଟମ ଦେଲେ ମୋଦି

ନୂଆଦିଲ୍ଲୀ,୨୨।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ।…

୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ଟିକିରି,୨୨।୪ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସୋମବାର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ…

ଭୋଜି ଖାଇବାକୁ ଯାଇଥିଲେ ୨ ଭାଇ ୩ ବର୍ଷର ନାତୁଣୀଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣା: ବଡ଼ଭାଇ ମୃତ, ସାନ …

ଗୁଡ଼ାରି, ୨୨।୪ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ବକାଗୁଡ଼ା ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ମଙ୍ଗଳବାର ଅପରାହ୍ନରେ…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣା: ଇରାନ ପାଇଁ ହର୍ମୁଜରେ ଜାରି ରହିବ ଅବରୋଧ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଓ୍ବାଶିଂଟନ୍‌, ୨୨।୪: ହର୍ମୁଜ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri