ମୋ ଘର

ଅଲେଖ ଚନ୍ଦ୍ର ମିଶ୍ର
ଚାରିକାନ୍ଥ ଓ ଛପର ଦ୍ୱାରା ଆବଦ୍ଧ କ୍ଷେତ୍ର ଗୃହ, ବାସସ୍ଥାନ, ବସାଘର ବା ଭଡ଼ାଘର ହୋଇପାରେ (ହାଉସ)। କିନ୍ତୁ ଘର (ହୋମ୍‌) ନୁହେଁ। ମଣିଷ ଯେଉଁଠି ଖାଏ, ଶୁଏ ଏବଂ ଜିନିଷପତ୍ର ରଖେ ତାହା ଏକ ଆଶ୍ରୟ, ଘର ନୁହେଁ। ଘର ହେଉଛି ସେଇ ପବିତ୍ର ପୀଠ ଯେଉଁଠି ତା’ର ପୂର୍ବଜଙ୍କର ଥାଏ ଷଠୀଘର। ପୋତା କଉଡିର ଅଶ୍ରୁଳ ସ୍ମାରକୀ। ଯେଉଁଠି ପିତାଙ୍କର ଆକଟ, ମା’ର ଯତ୍ନ, ଭାଇଭଉଣୀଙ୍କର ସ୍ନେହ, ସ୍ତ୍ରୀର ସେବା, ସନ୍ତାନମାନଙ୍କର ଆଜ୍ଞାବହତା ଏବଂ ସାହିପଡିଶାଙ୍କର ସହାନୁଭୂତି ଏକ ଅହେତୁକ ବନ୍ଧନର ବଳୟ ସୃଷ୍ଟି କରିଥାଏ। ତାହା ଏକ ସ୍ମୃତିର ମନ୍ଦିର। ଐତିହ୍ୟର ପ୍ରତୀକ। ବୁନିୟାଦିର ନିଦର୍ଶନ ଏବଂ ଅଧିକାରର ଉତ୍ସ, ଯାହାର ବିକଳ୍ପ ନାହିଁ। ଘର ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଣିଷ ଅତିଥି। ବିଖ୍ୟାତ ଇଂଲିଶ କବି ଆଲେକ୍‌ଜାଣ୍ଡର ପୋପ୍‌ଙ୍କ ଭାଷାରେ ଯେଉଁ ଲୋକ ନିଜ ଜମି ଉପରେ ନିଃଶ୍ୱାସ ମାରେ ସେ ସୁଖୀ (ହାପି ଦି ମ୍ୟାନ ହୁଜ୍‌ ଉଇସ ଆଣ୍ଡ କେୟାର ଏ ଫିଉ ପାଟର୍ନାଲ ଏକରସ ବାଉଣ୍ଡ, କଣ୍ଟେଣ୍ଟ ଟୁ ବ୍ରେଦ୍‌ ହିଜ୍‌ ନେଟିଭ ଏୟାର, ଇନ ହିଜ୍‌ ଓନ ଗ୍ରାଉଣ୍ଡ)।
ଘର ଏକ ଦ୍ୱୀପର କୁଡିଆ ହୋଇପାରେ କିମ୍ବା ମହାନଗରୀରେ ଏକ ସୁରମ୍ୟ ଅଟ୍ଟାଳିକା, ଏସ୍କିମୋର ଇଗ୍‌ଲୁ ବା ଟିଉପିକ ଅଥବା ଜୁସ୍‌ ମ୍ୟାନର ବୃକ୍ଷ ଉପର ଘର, ଜାପାନର କାଗଜଘର ବା ଚାଇନାର ଡଙ୍ଗା ଘର, ବେଦୁଇନର ମରୁଦ୍ୟାନ, ବନବାସୀର ଗୁମ୍ଫା। ସମସ୍ତଙ୍କର ପ୍ରିୟତମ ସ୍ଥାନ ତା’ର ଘର। (ହୋମ୍‌, ହୋମ୍‌ ସ୍ବିଟ୍‌, ସ୍ବିଟ୍‌ ହୋମ୍‌, ଦେୟାର୍‌ ଇଜ୍‌ ନୋ ପ୍ଲେସ୍‌ ଲାଇକ୍‌ ହୋମ୍‌- ଜନ ହାଓ୍ବାର୍ଡ ପେନ୍‌) । ମଣିଷର ସବୁଠାରୁ ନିରାପଦ ସ୍ଥାନ ଘର। ବିପଦ ଆପଦରେ ସେ ଘରକୁ ହିଁ ଆଶ୍ରା କରେ। ଘର ମଣିଷର ପ୍ରଥମ ଶିକ୍ଷାୟତନ। ”ଚାଟ ଘର ପୁଅ ଚାଟ, ଭାଟ ଘର ପୁଅ ଭାଟ।“ ପ୍ରଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ ଦି ଫାଷ୍ଟ ଲେଶନ ଅଫ୍‌ ଏ ଚାଇଲ୍‌ଡ ଇଜ୍‌ ଲର୍ନଣ୍ଟ ବିଟ୍ବିନ ଫାଦର୍‌ସ କେୟାର୍‌ସ ଆଣ୍ଡ ମଦର୍‌ସ କିସେସ୍‌। (ଶିଶୁଟିର ପ୍ରଥମ ଶିକ୍ଷା ତା’ର ପିତାଙ୍କର ଯତ୍ନ ଏବଂ ମାତାଙ୍କର ସ୍ନେହ ଭିତରେ ଆରମ୍ଭ ହୋଇଥାଏ)। ପ୍ରକୃତରେ ଘରର ଶିକ୍ଷା, ସଂସ୍କୃତି ଓ ଚାଲିଚଳନ ମଣିଷର ଜୀବନକୁ ପ୍ରଭାବିତ କରେ।
ଅନ୍ୟତ୍ର ମଣିଷ କ୍ଷମତା, ପ୍ରଭୁତ୍ୱ, ଐଶ୍ୱର୍ଯ୍ୟ ଇତ୍ୟାଦିର ଅଧିକାରୀ ହୋଇପାରେ। ମାତ୍ର ତାହା ସବୁ କ୍ଷଣସ୍ଥାୟୀ। ଘର ଶାଶ୍ୱତ ଆନନ୍ଦର ଉତ୍ସ। ସେହି ପେନ୍‌ଙ୍କ ଭାଷାରେ ”ଆନ୍‌ ଏକ୍‌ଜାଇଲ ଫ୍ରମ୍‌ ହୋମ୍‌, ସ୍ପ୍ଲେଣ୍ଡର ଡାଜଲ୍ସ ଇନ୍‌ ଭେନ୍‌, ଓଃ ଗିଭ୍‌ ମି ମାଇଁ ଲୋଲି ଥାଚେଡ୍‌ କଟେଜ୍‌ ଏଗେନ୍‌“। ସେଥିପାଇଁ ଅଧିକାଂଶ ହୋଟେଲ, ଲଜିଂ, ଗେଷ୍ଟ ହାଉସ, ପର୍ଯ୍ୟଟକ ନିବାସରେ ଲେଖା ହୋଇଥାଏ, ୟୁ ଆର ହୋମ୍‌ ନାଓ କିମ୍ବା ହୋମ୍‌ ଆଓ୍ବେ ଫ୍ରମ୍‌ ହୋମ୍‌। ପୃଥିବୀର ଅନେକ ସେଲିବ୍ରିଟିଙ୍କର ଜନ୍ମିତ ଘରକୁ ଏବେ ବିଶ୍ୱ ଐତିହ୍ୟର ମାନ୍ୟତା ଦିଆଯାଇ ସଂରକ୍ଷଣ କରାଯାଉଛି। କୌଣସି କାରଣରୁ ଘର ଛାଡୁଥିବା ଲୋକ (ବିଶେଷକରି ଯୁବତୀ) ଯେଉଁ ସମସ୍ୟାର ଶିକାର ହୁଏ ତାହା ପ୍ରାୟ ସମସ୍ତେ ଜାଣନ୍ତି। ବାହାରର ମିତ୍ରଠାରୁ ଘରର ଶତ୍ରୁ ବରଂ ଭଲ। ପୃଥିବୀର କୋଟି କୋଟି ଘର ଭିତରୁ ଏଭଳି ନିଜର ଘର ଗୋଟିଏ। ଏକାଧିକ ଘରଥିବା ଲୋକ ପାଇଁ (ବଞ୍ଚିବା ଓ ମରିବା) ମାତ୍ର ଗୋଟିଏ ଘର ଦରକାର ହୁଏ। ତା’ର ପରିଚୟ ପାଇଁ ସେତିକି ଯଥେଷ୍ଟ। ସେତିକି ନ ଥିବା ଲୋକ ବେଘର, ଯାଯାବର, ବେସାହାରା, ଶରଣାର୍ଥୀ ଯାହା ସାରା ବିଶ୍ୱରେ ଏକ ବିରାଟ ସମସ୍ୟା। ଜାତିସଂଘର ୟୁଏନ୍‌ଏଚ୍‌ ସିଆର୍‌ ପାଇଁ (ୟୁନାଇଟେଡ ନେସନ୍ସ ହାଇ କମିଶନ ଫର ରିଫ୍ୟୁଜିସ) ମୁଣ୍ଡ ବ୍ୟଥାର କାରଣ। ଘର ନ ଥିବା ଲୋକଙ୍କ ପାଇଁ ସରକାର ଆବାସ ଯୋଜନା କରିଛନ୍ତି। ଯଦି କୌଣସି କାରଣରୁ ଘରେ ରହିବା ସମ୍ଭବ ହୁଏନା ତେବେ ମଝିରେ ମଝିରେ ଘରଆଡେ ବୁଲି ଆସିଲେ ଯେଉଁ ଆନନ୍ଦ ମିଳେ ତାହାର ଉଦାହରଣ ଆମ ବଡ଼ଠାକୁରଙ୍କର ଘୋଷ ଯାତ୍ରା। କିନ୍ତୁ ହାୟ, କାହିଁ ସେ ଘର କାହିଁ ସେ ବନ୍ଧନ ଯାହା ପାଇଁ ଦିନେ ମଣିଷ ଗାଇ ଉଠିଥିଲା, ”ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।“ ଏ ପ୍ରଶ୍ନର ଉତ୍ତର କିଏ ଦେବ।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର ୟୁନିଟ-୪, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri