ମୋ ଆଚରଣ ସ୍ବାଭାବିକ: ଅନନ୍ୟା ପାଣ୍ଡେ

ମୁମ୍ବାଇ: ପ୍ରଯୋଜକ କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ୟର୍‌ ଟୁ’ରେ ଅଭିନୟ ସହ ବଲିଉଡ଼ରେ ପଦାର୍ପଣ କରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହାଦ୍ୱାରା ତାଙ୍କ ଜୀବନରେ ପରିବର୍ତ୍ତନ ଘଟିଥିଲେ ବି ତାଙ୍କର ଆଚରଣ ସ୍ବାଭାବିକ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ୨୦ବର୍ଷ ବୟସ୍କା ଏହି ତରୁଣୀ କହିଛନ୍ତି, ପ୍ରଥମ ଫିଲ୍ମରେ ଅଭିନୟ କରିବା ପରେ ଜୀବନରେ ନିଶ୍ଚୟ ପରିବର୍ତ୍ତନ ଘଟିଛି। ତେବେ ସେ ସବୁବେଳେ ଜଣେ ନବ ତରୁଣୀ ଭଳି ଆଚରଣ କରିଥାନ୍ତି ବୋଲି କହିଛନ୍ତି। ଅନନ୍ୟା ହେଉଛନ୍ତି ଲୋକପ୍ରିୟ ହାସ୍ୟାଭିନେତା ଚଙ୍କି ପାଣ୍ଡେଙ୍କ କନ୍ୟା। ଜଣେ କଳାକାର ପରିବାରରେ ଜନ୍ମ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେକରନ୍ତି। ଏଥିପାଇଁ ବଲିଉଡରେ ପ୍ରବେଶ କରିବା ତାଙ୍କ ପାଇଁ ଖୁବ୍‌ ସହଜ ହୋଇଥିବା ସେ ଅନୁଭବ କରନ୍ତି। ତେବେ ସେ ଏ କଥା ମଧ୍ୟ କହିଛନ୍ତି ଯେ, ଜଣେ ଅଭିନେତାଙ୍କ କନ୍ୟା ହୋଇଥିବାରୁ ଫିଲ୍ମରେ ପ୍ରବେଶ କରିବା ସହଜ ହୋଇଥିଲେ ହେଁ ଏ ଦିଗରେ ଆଗ୍ରହ ନ ଥିଲେ କେହି ସହାୟକ ହୋଇପାରିବେ ନାହିଁ।

Share