Categories: ଖେଳ

ମୋମୋତା ଫାଇନାଲରେ

ଶାଂଘାଇ,୧୪ା୧୨ (ଏଏଫ୍‌ପି): ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସର ଟାଇଟଲ ମୁକାବିଲା ଜାପାନର କେଣ୍ଟୋ ମୋମୋତା ଏବଂ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିନ୍‌ଟିଙ୍ଗ୍‌ଙ୍କ ମଧ୍ୟରେ ହେବ। ବିଶ୍ୱର ନମ୍ବର ଓ୍ବାନ ଖେଳାଳି ମୋମୋତା ଶନିବାର ଗୁଆଙ୍ଗଝୋଠାରେ ଅନୁଷ୍ଠିତ ସେମିଫାଇନାଲରେ ତାଇଓ୍ବାନର ଓ୍ବାଙ୍ଗ୍‌ ତିଜୁ ଓ୍ବିଙ୍କୁ ୨୧-୧୭, ୨୧-୧୨ରେ ପରାସ୍ତ କରିଛନ୍ତି। ୨୦୧୯ରେ ଜାପାନିଜ ଖେଳାଳି ଇତିମଧ୍ୟରେ ୧୦ଟି ଟାଇଟଲ ଜିତି ସାରିଛନ୍ତି। ତନ୍ମଧ୍ୟରେ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌, ଏସିଆ ଚାମ୍ପିୟନଶିପ୍‌ ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଓପନ୍‌ ରହିଛି। ମୋମୋତା
ଏବଂ ଗିନ୍‌ଟିଙ୍ଗ୍‌ ପରସ୍ପରକୁ ୧୪ ଥର ଭେଟିଛନ୍ତି। ଜାପାନ ଖେଳାଳି ଇଣ୍ଡୋନେସିଆ ଖେଳାଳିଙ୍କୁ ତନ୍ମଧ୍ୟରେ ୧୦ଥର ହରାଇ ଦେଇଛନ୍ତି। ତେଣୁ ରବିବାର ଫାଇନାଲରେ ମୋମୋତାଙ୍କୁ ଫେଭରାଇଟ୍‌ ବିବେଚନା କରାଯାଉଛି। ବିଶ୍ୱର ୮ ନମ୍ବର ମାନ୍ୟତାପ୍ରାପ୍ତ ଗିନ୍‌ଟିଙ୍ଗ୍‌ ଚାଇନାର ଅଲିମ୍ପିକ ଚାମ୍ପିୟନ ଚେନ୍‌ ଲଙ୍ଗ୍‌ଙ୍କ ବିପକ୍ଷରେ ୨୧-୧୫, ୨୧-୧୫ରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଫାଇନାଲରେ ବିଶ୍ୱର ନମ୍ବର ୨ ଖେଳାଳି ଚାଇନାର ଚେନ୍‌ ୟୁଫି ତାଇଓ୍ବାନର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ତାଇ ତିଜୁ-ୟିଙ୍ଗ୍‌ଙ୍କ ସହ ମୁକାବିଲା କରିବେ। ଚେନ୍‌ ସେମିଫାଇନାଲରେ ଆକାନେ ୟାମାଗୁଚିଙ୍କୁ ୨୧-୧୮, ୨୧-୯ରେ ପରାସ୍ତ କରିଥିବାବେଳେ ତାଇ ଅନ୍ୟଜଣେ ଜାପାନିଜ୍‌ ନୋଜୋମି ଓକୁହାରାଙ୍କୁ ୨୧-୧୫, ୨୧-୧୮ରେ ହରାଇ ଦେଇଛନ୍ତି।

Share