Posted inପୁରୀ

ମୋ’ବେଳାଭୂମିରେ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୦ା୭(ଡି.ଏନ୍‌.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ’ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳଗୁଡ଼ିକରୁ ଆବର୍ଜନା ମୁକ୍ତ ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକର ବିଜୁ ଯୁବ ବାହିନୀ ତରଫରୁ ସାତପଡା ଚିଲିକା ଉପକୂଳରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମକୁ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି ଉଦ୍‌ଘାଟନ କରିଥିଲେ ା ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ବାଇଁ, ବିଜୁ ଯୁବ ବାହିନୀ ସଂଯୋଜକ ମାନସ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ା ସେହିଭଳି ଘିମୁଦା ଜେଟିଠାରେ ଯୁବ ବାହିନୀ ସମ୍ପାଦକ ଅନିଲ କୁମାର ସିଂଙ୍କ ନେତୃତ୍ୱରେ ସଫେଇ ହୋଇଥିଲା। ଜହ୍ନିକୁଦା ଘାଟ ପେଣ୍ଠ, ରାୟପୁର, ଗବକୁଣ୍ଡ, ଅରଖକୁଦା ଆଦି ଅଞ୍ଚଳକୁ ଆବର୍ଜନା ମୁକ୍ତ କରାଯିବା ସହ ମଇଳା ଅନ୍ୟଆଡ଼େ ନ ପକାଇ ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

ଲୁଟ ଘଟଣାର ପର୍ଦ୍ଦାଫାଶ: ୭୮ ଲକ୍ଷର ସୁନା, ଟଙ୍କା ଜବତ

ପୁରୀ,୨।୧୨: ପୁରୀ ଜିଲା ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ହୋଇଥିବା ଲୁଟ୍‌ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ,...

ବାରବାଟୀ T20 ମ୍ୟାଚର ପ୍ରଥମ ଟିକେଟ୍ ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କଲା OCA

ପୁରୀ, ୩୦।୧୧: ଆଗାମୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ T20 ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ରବିବାର ଓଡ଼ିଶା କ୍ରିକେଟ୍...

କେମିତି ତିଆରି ହୋଇଥିଲା ବଡ଼ଦେଉଳ, କହିଲେ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର

ଓଡ଼ିଶାର ଗୌରବ ତଥା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମନ୍ଦିର (ବଡ଼ଦେଉଳ) ନିର୍ମାଣ ରହସ୍ୟ ଓ ଏହାର ସଂରକ୍ଷଣ ବିଷୟରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା...

ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୮ା୧୧: ଶୁକ୍ରବାର ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ଦର୍ଶନ ବେଳେ ଚାଙ୍ଗଡ଼ା ଘର ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେଇଥିଲେ। ଏହା ପରେ ମହାପ୍ରଭୁଙ୍କ...

୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

ସାକ୍ଷୀଗୋପାଳ,୨୬ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ପୋଲିସ ପକ୍ଷରୁ ଅପରେଶନ ଚକ୍ର ଆଧାରରେ ନିଶା କାରବାର ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ସଫଳତା ମିଳିଛି।...

ଏଣିକି ଗୁଣ୍ଡିଚା ମନ୍ଦିର ଗଲେ ପଡ଼ିବ ଟିକେଟ୍‌, ଦାମ୍‌ ରହିଛି…

ପୁରୀ,୨୬ା୧୧: ଡିସେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri