ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିବା ଦୁଇ ନାବାଳକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଆନନ୍ଦପୁର,୪। ୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ଦୁଇ ନାବାଳକ ଜଣେ ଏକ ଦାମୀ ମୋବାଇଲ୍‌ ଲୁଟ୍‌ କରି ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଛନ୍ତି। ଲୋକେ ଉଭୟ ନାବାଳକଙ୍କୁ ଧମକ ଚମକ ଦେବାପରେ ସେମାନେ ଯାଜପୁର ରେବଣା ଅଞ୍ଚଳରୁ ଆସିଥିବା କହିଥିଲେ। ଉଭୟ ଫକୀରପୁର ସାପ୍ତାହିକ ହାଟରୁ ମଧ୍ୟ ଜଣେ ବେପାରୀଙ୍କ ପକେଟରୁ ଟଙ୍କା ନେଇ ଚମ୍ପଟ ଉଦ୍ୟମ କରି ଲୋକଙ୍କ ହାତରେ ଧରାପଡିଥିଲେ। ଉଭୟ ନାବାଳକଙ୍କୁ ସ୍ଥାନୀୟ ଲୋକେ ଆନନ୍ଦପୁର ପୋଲିସ ଜିମା ଦେଇଛନ୍ତି।