ମୋବାଇଲ ଦାବି କରୁଛନ୍ତି ହିତାଧିକାରୀ

ତିହିଡ଼ି,୧୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମୋଟ ୧୧,୬୦୯ ଜଣ ହିତାଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯିବ। ମୋ ସରକାର ଆପ୍‌ରେ ଏହି ମୋବାଇଲ ନମ୍ବର ସଂଯୋଗ କରାଯିବାକୁ ସ୍ଥିର ହୋଇଛି। ସୋମବାର ସୁଦ୍ଧା ୬,୩୨୦ ଜଣଙ୍କ ନମ୍ବର ସଂଗ୍ରହ କରାଯାଇଛି। ଅବଶିଷ୍ଟ ହିତାଧିକାରୀଙ୍କ ନମ୍ବର ଖୁବ୍‌ଶୀଘ୍ର ସଂଗ୍ରହ କରାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
ହିତାଧିକାରୀଙ୍କ ମୋବାଇଲ ନମ୍ବର ମୋ ସରକାର ଆପ୍‌ରେ ସଂଯୋଗ ହେଲେ ସରକାରଙ୍କ ପକ୍ଷରୁ ସିଧାସଳଖ ହିତାଧିକାରୀଙ୍କ ସହ ଯୋଗାଯୋଗ କରାଯାଇପାରିବ। ଏହାଦ୍ୱାରା ହିତାଧିକାରୀମାନେ ଠିକ୍‌ ସମୟରେ ଭତ୍ତା ପାଉଛନ୍ତି କି ନାହିଁ ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ହୋଇପାରିବେ। ହିତାଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ ପାଇଁ ପଞ୍ଚାୟତିରାଜ ଏବଂ ସାମାଜିକ ସୁରକ୍ଷା ବିଭାଗ ସଚିବଙ୍କ ଯୁଗ୍ମ ନିର୍ଦ୍ଦେଶ ଗତ ୧୩ ତାରିଖରେ ଜିଲାପାଳଙ୍କୁ ଦିଆଯାଇଥିଲା। ଜିଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେବା ପରେ ହିତାଧିକାରୀମାନଙ୍କଠାରୁ ମୋବାଇଲ ନମ୍ବର ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ମୋବାଇଲ ନମ୍ବର ସଂଗ୍ରହ କରୁଛନ୍ତି। ତେବେ କେତେକ ହିତାଧିକାରୀଙ୍କ ମୋବାଇଲ ନ ଥିବାରୁ ସେମାନେ ସରକାରଙ୍କ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯାଉ ବୋଲି ଦାବି କରୁଛନ୍ତି। ମାସିକ ୫ ଶହ ଟଙ୍କା ଭତ୍ତାରେ ସେମାନେ ମୋବାଇଲ କିପରି କିଣିପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। କେତେଜଣ ହିତାଧିକାରୀ ସରକାରଙ୍କ ଯୋଜନା ସମ୍ପର୍କରେ ଜାଣି ନ ଥିବା କହି ମୋବାଇଲ ନମ୍ବର ଦେବାକୁ ଅରାଜି ହେଉଛନ୍ତି। ଏଥିପାଇଁ କର୍ମଚାରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଜଣାଯାଇଛି। ଏହାଛଡ଼ା କେତେକ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରୁ ନ ଥିବା ଯୋଗୁ ନମ୍ବର ସଂଗ୍ରହରେ ବିଳମ୍ବ ହୋଇଥିବା କୁହାଯାଇଛି। ଏହିସବୁ କାରଣରୁ ଅଦ୍ୟାବଧି ୫,୨୮୯ ହିତାଧିକାରୀଙ୍କ ନମ୍ବର ସଂଗ୍ରହ ହୋଇପାରି ନାହିଁ। ଆସନ୍ତା ୨୨ ତାରିଖ ସୁଦ୍ଧା ଅବଶିଷ୍ଟ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ନାମ ସହ ନମ୍ବର ପଠାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବନମାଳୀ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri