ମୋବାଇଲ ଚୋର ଗିରଫ

ଧାମନଗର,୧୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଦୋବଲ ବଜାରରେ ମୋବାଇଲ ଦୋକାନ କରିଥିବା ସେକ୍‌ ଇଝାରଙ୍କୁ ମୋବାଇଲ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି। ଇଝାର ଚୋରା ମୋବାଇଲ କାରବାର କରୁଥିବା ପୂର୍ବରୁ ଅଭିଯୋଗ ହେଉଥିଲା । କେନ୍ଦ୍ରାପଡ଼ାରୁ କେତେକ ମୋବାଇଲ ଚୋରି ହୋଇଥିଲା। ପୋଲିସ ମୋବାଇଲ ଟ୍ରାକିଂ କରି ଧାମନଗର ଥାନା ପୋଲିସ ଜରିଆରେ ଇଝାରଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି।