ମୋବାଇଲ ଚାର୍ଜ ସମୟରେ ବିଦ୍ୟୁତ୍‌ ଲାଗି ମହିଳା ମୃତ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ରାଇସୁଆଁ ଥାନା ତାଳପଦା ଗ୍ରାମରେ ମୋବାଇଲ ଫୋନ୍‌ ଚାର୍ଜ କରିବା ସମୟରେ ବିଦ୍ୟୁତ୍‌ ଲାଗି ସୋମବାର ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବିକାଶ ମୁଣ୍ଡାଙ୍କ ସ୍ତ୍ରୀ ମୀନାକ୍ଷୀ ମୁଣ୍ଡା(୩୨)।
ସୂଚନା ଅନୁଯାୟୀ, ମୀନାକ୍ଷୀ ସୋମବାର ସକାଳେ ମୋବାଇଲ ଫୋନ ଚାର୍ଜ କରିବା ପାଇଁ ପ୍ଲକ୍‌ ଲଗାଇଥିଲେ। ଏହି ସମୟରେ ବିଦ୍ୟୁତ୍‌ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।