Categories: ଜାତୀୟ

ମୋବାଇଲ୍‌ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା

ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ବାମୀଙ୍କ ସହ ରହୁଥିବା ରଜିଆ ନିଜ ୨ ବର୍ଷର ଶିଶୁକନ୍ୟା ଶୋହଓ୍ବରଙ୍କୁ ଧରି ବାପଘରକୁ ଯାଇଥିଲେ। ସେଠାରେ ତାଙ୍କ ପରିବାରର କେହି ଜଣେ ଚାର୍ଜର ଲଗାଇ ମୋବାଇଲ୍‌ ଚାର୍ଜ କରୁଥିବାବେଳେ ସୁଇଚ୍‌ ଅଫ୍‌ ନ କରି ମୋବାଇଲଟିକୁ ନେଇଯାଇଥିଲେ। ଫଳରେ ପ୍ଲକରେ ଚାର୍ଜରଟି ଲାଗି ରହିଥିଲା। ଶୋହଓ୍ବର ଖେଳୁଥିବାବେଳେ ଚାର୍ଜର ତାରଟିକୁ ପାଟିରେ ପୂରାଇ ଦେଇଥିଲେ। ବିଦ୍ୟୁତ ଆଘାତରେ ଶିଶୁଟିର ମୃତ୍ୟୁ ହୋଇଥିଲା।

Share