Categories: ଜାତୀୟ

ମୋଦି ସରକାର ୨.୦: କେଉଁମାନେ ବାଦ୍‌ ପଡିଲେ

ନୂଆଦିଲ୍ଲୀ,୩୦ା୫: ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା କେତେଜଣ ନେତା ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ, ସୁରେଶ ପ୍ରଭୁ, ମହେଶ ଶର୍ମା, ଜୟନ୍ତ ସିହ୍ନା, ରାଧାମୋହନ ସିଂ, ମାନେକା ଗାନ୍ଧୀ ଏବଂ ରାଜ୍ୟବର୍ଦ୍ଧନ ସିଂ ରାଠୋର। ନୂଆ ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚରେ ଏମାନେ ଉପସ୍ଥିତ ନ ଥିଲେ। ଅନ୍ୟପକ୍ଷରେ ପୂର୍ବତନ ବହିର୍ବ୍ୟାପାର ସଚିବ ଏସ୍‌. ଜୟଶଙ୍କର ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

Share