Categories: ଜାତୀୟ

ମୋଦି ସରକାରଙ୍କ ବିଦେଶ ନୀତି: ୨ ବର୍ଷରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଗତ ୨ ବର୍ଷ ମଧ୍ୟରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା ଦିଆଯାଇଛି। ଏନେଇ ଲୋକ ସଭାରେ ଆଗତ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୬ ଏବଂ ୨୦୧୭ରେ ମୋଟ ୮୭ ହଜାର ୬ଶହ ୬୯ ପାକିସ୍ତାନୀଙ୍କୁ ଭିଜା ଦିଆଯାଇଥିବାବେଳେ ୨୩ ଲକ୍ଷରୁ ଅଧିକ ବାଂଲାଦେଶୀଙ୍କୁ ଭିଜା ମିଳିଛି। ୨୦୧୬ରେ ୫୨ ହଜାର ୫ଶହ ୨୫ ପାକିସ୍ତାନୀଙ୍କୁ ଭିଜା ଦେଇଥିଲେ। ସେହିପରି ୨୦୧୭ରେ ୩୫ ହଜାର ଶହେ ୪୪ ଜଣ ପାକିସ୍ତାନୀଙ୍କୁ ଭିଜା ଦିଆଯାଇଥିଲା। ଅପରପକ୍ଷରେ ୨୦୧୬ରେ ୯ ଲକ୍ଷ ୩୩ ହଜାର ୬ଶହ ୯୫ ବାଂଲାଦେଶୀଙ୍କୁ ଭିଜା ଦିଆଯାଇଥିଲା। ତେବେ ୨୦୧୭ରେ ଏହା ବୃଦ୍ଧି ପାଇ ୧୩ ଲକ୍ଷ ୭୦ ହଜାର ୪ଶହ ୨୦ରେ ପହଞ୍ଚିଥିଲା। ଏମ୍‌ପି ବିଷ୍ଣୁ ଦୟାଲ ରାମ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ତଥ୍ୟ ଉପସ୍ଥାପନ କରିଥିଲେ।

Share