Categories: ଜାତୀୟ

ମୋଦି ସରକାରଙ୍କ ଇସାରାରେ ହୋଇଛି ଜେଏନ୍‌ୟୁ ହିଂସା: ସୋନିଆ

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି। କେବେ ମଧ୍ୟ ମୋଦି ସରକାର ଦେଶର ଯୁବବର୍ଗଙ୍କ କଣ୍ଠରୋଧ କରି ପାରିବେ ନାହିଁ। ଗୁଣ୍ଡାଙ୍କ ଦ୍ୱାରା ମାଡ଼ପିଟି କରି ଯୁବବର୍ଗଙ୍କୁ ଡରାଇ ଧମକାଇ ସରକାର ଯୋଜନାବଦ୍ଧ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ସୃଷ୍ଟି କରୁଥିବା ସୋନିଆ ଅଭିଯୋଗ କରିଛନ୍ତି।

Share