Categories: ଜାତୀୟ

ମୋଦି ସରକାରଙ୍କୁ ୬ ବର୍ଷ

ନୂଆଦିଲ୍ଲୀ, ୧୭।୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଶନିବାର ୬ ବର୍ଷ ପୂରଣ କରିଛନ୍ତି। ୨୦୧୪ ମେ ୧୬ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ମୋଦିଙ୍କ ପ୍ରଧାନମନ୍ତ୍ରିତ୍ୱରେ କେନ୍ଦ୍ର ସରକାର ଗଠନ କରାଯାଇଥିଲା। ପୁଣି ମୋଦି ହାଓ୍ବାରେ ୨୦୧୯ ନିର୍ବାଚନ ବୈତରଣୀ ପାର୍‌ହୋଇ ଏନ୍‌ଡିଏ କ୍ଷମତାକୁ ଫେରିଥିଲା। ଏହା ମଧ୍ୟରେ ସ୍ବଚ୍ଛ ଭାରତ ଅଭିଯାନ, ଗ୍ରାମ ବିଦ୍ୟୁତୀକରଣ ଯୋଜନା, ବେଟୀ ପଢ଼ାଓ ବେଟୀ ବଚାଓ ଅଭିଯାନ, ଜନ ଧନ ଯୋଜନା ଓ ଦ୍ୱିତୀୟ ପାଳିରେ ୩୭୦ ଧାରା ଉଚ୍ଛେଦ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ, ଏନ୍‌ଆର୍‌ସି ମୋଦିଙ୍କୁ ସଫଳତା ଆଣିଦେଇଛି। ଯଦିଓ କେତେକ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଛି, ତେବେ ସରକାର ପ୍ରତି କୌଣସି ବିପଦ ଦେଖାଦେଇନି। ମୋଦି ସରକାର ପୂରା ୧୦ ବର୍ଷ ଶାସନ କରିବା ସମ୍ଭାବନା ରହିଛି।

Share