Categories: ଜାତୀୟ

ମୋଦି ସରକାରଙ୍କୁ ଚିଠି ଲେଖିଲା ଓ୍ବିକିମିଡିଆ: ନୁଆ ନିୟମ ଯୋଗୁ ବିନାଶ ହୋଇଯିବ ସିଷ୍ଟମ୍‌

ନୂଆଦିଲ୍ଲୀ,୩୦।୧୨: ଭାରତରେ କାମ କରୁଥିବା ଓ୍ବେବସାଇଟ୍‌କୁ ନେଇ କେନ୍ଦ୍ରର ମୋଦି ସରକାର କିଛି ନିୟମ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଡାଟା ପ୍ରୋଟେକ୍ସନ୍‌ ବିଲ୍‌ର ଲକ୍ଷ୍ୟ ହେଉଛି ଡାଟା ଚୋରୀ ଉପରେ ଅଙ୍କୁଶ ଲଗାଇବା। ତେବେ ସୂଚନା ଦେଉଥିବା ଓ୍ବେବସାଇଟ୍‌ ‘ଓ୍ବିକିପିଡିଆ’ ଏହି ନୂଆ ନିୟମକୁ ନେଇ ଚିନ୍ତାବ୍ୟକ୍ତ କରିଛି। ଏଥିସହ ଓ୍ବିକିମିଡିଆ ଫାଉଣ୍ଡେସନ୍‌ ପକ୍ଷରୁ ଏନେଇ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏକ ଚିଠି ଲେଖାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଶ୍ୟକୀୟ ନିୟମକୁ ପରିବର୍ତ୍ତନ କରାଯାଉଛି, ଯାହାକି ଏକ ଚିନ୍ତାର ବିଷୟ। ଏହାଦ୍ୱାରା ୟୁଜର୍ସଙ୍କ ବେଷ୍ଟ ଓ୍ବେବସାଇଟ୍‌କୁ ନିୟନ୍ତ୍ରଣ କରାଯିବ ଏବଂ କଣ୍ଟେଣ୍ଟ ମଧ୍ୟ ପ୍ରଭାବିତ ହେବ। ଏହି ନୀତି ଓ୍ବିକିପିଡିଆର ସମସ୍ତ ସିଷ୍ଟମ୍‌ ଉପରେ ପ୍ରଭାବ ପକାଇବ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।

Share