Categories: ଜାତୀୟ

ମୋଦି-ଶାହଙ୍କ ମଧ୍ୟରେ ଲାଗିଛି ବିବାଦ; ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ: ଭୂପେଶ ବଘେଲା

ରାୟପୁର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌) ଲାଗୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା କହିଛନ୍ତି। ରାୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଘେଲା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦି ଏନ୍‌ଆର୍‌ସି ଲାଗୁ ନ କରିବାକୁ କହୁଥିବାବେଳେ ଶାହ ଏହା ସିଏଏର ଅଂଶ ବିଶେଷ ବୋଲି କହୁଛନ୍ତି। ଏହା ଯୋଗୁ ଦେଶର ସାଧାରଣ ଲୋକେ ଅଯଥାରେ ହନ୍ତସନ୍ତ ହେଉଥିବା ବଘେଲା କହିଛନ୍ତି। ବଘେଲାଙ୍କ ଏହି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share