Categories: ଜାତୀୟ

ମୋଦି-ଯୋଗୀଙ୍କ ବିରୋଧରେ କହୁଥିବା ଲୋକଙ୍କୁ ମାଟିରେ ପୋତି ଦିଆଯିବା ଆବଶ୍ୟକ: ଉତ୍ତରପ୍ରଦେଶ ଶ୍ରମମନ୍ତ୍ରୀ

ଲକ୍ଷ୍ନୌ,୧୩।୧: ଉତ୍ତରପ୍ରଦେଶର ଶ୍ରମମନ୍ତ୍ରୀ ରଘୁରାଜ ସିଂଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସିଏଏ ସମର୍ଥନରେ ଆଲିଗଡ଼ରେ ଆୟୋଜିତ ଏକ ସଭାରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କହୁଥିବା ଲୋକଙ୍କୁ ମାଟିରେ ପୋତି ଦିଆଯିବା ଆବଶ୍ୟକ। ଦେଶର ଏକ ପ୍ରତିଶତ ଲୋକ ସିଏଏକୁ ବିରୋଧ କରୁଥିବା ବେଳେ ୯୯ ପ୍ରତିଶତ ଏହାକୁ ସମର୍ଥନ କରୁଥିବା ସେ କହିଛନ୍ତି। ରଘୁରାଜଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

Share