Categories: ଜାତୀୟ

ମୋଦି ଦେଲେ ସଙ୍କେତ: ନୂଆ ରୂପରେ ହେବ ଲକ୍‌ଡାଉନ୍‌ ୪.୦

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଲକ୍‌ଡାଉନ୍‌-୪.୦ ନେଇ ମଧ୍ୟ ସଙ୍କେତ ଦେଇଛନ୍ତି। ତେବେ ଏହା ନୂଆ ପ୍ରକାର ହେବ। ମେ’ ୧୮ ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ସୂଚନା ଦିଆଯିବ। କରୋନା ଆମ ଜୀବନରେ ଦୀର୍ଘ ସମୟ ଧରି ରହିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ହେଲେ ଆମେ ଚୁପ୍‌ ବସିବା ନାହିଁ, ସତର୍କ ହୋଇ କାମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାଛଡ଼ା ସେ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ ଭାରତୀୟ ଜିଡିପିର ପ୍ରାୟ ୧୦%। ଏହି ପ୍ୟାକେଜ୍‌ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। ବୁଧବାରଠାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହାର ସୂଚନା ଦିଆଯିବ। ଅର୍ଥମନ୍ତ୍ରୀ ଏହି ପ୍ୟାକେଜ ବିଷୟରେ ବିସ୍ତାରରେ ସୂଚନା ଦେବେ। ଏହା ଚାଷୀ, ଉଦ୍ୟୋଗୀ ତଥା ସମସ୍ତଙ୍କୁ ସଶକ୍ତ କରିବ। ସମସ୍ତଙ୍କୁ ଦୃଷ୍ଟିରେ ରଖଇ ଏହି ପ୍ୟାକେଜ୍‌ କରାଯାଇଛି। ପ୍ରତି ଭାରତୀୟ ଲୋକାଲ ପ୍ରଡକ୍ଟ କିଣିବା ଆରମ୍ଭ କରନ୍ତୁ। ଏହାକୁ କେବଳ କିଣିବେ ନାହିଁ, ଉକ୍ତ ସାମଗ୍ରୀର ପ୍ରଚାର ମଧ୍ୟ କରନ୍ତୁ ବୋଲି ସେ ମଧ୍ୟ କହିଛନ୍ତି।

Share