Categories: ଜାତୀୟ

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ କେରଳର କିଛି ପୋଷ୍ଟ ଅଫିସରେ ଖାତା ଖୋଲିବାକୁ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ବିଶେଷ କରି ଉକ୍ତ ମେସେଜରେ ଉଲ୍ଲେଖ କରାଯାଇଥିଲା କି ଯେଉଁମାନଙ୍କର ଘର ନାହିଁ ଓ ପୋଷ୍ଟ ଅଫିସରେ ଜମା ଖାତା ରହିଛି ସେମାନଙ୍କୁ ଏହି ସୁବିଧା ମିଳିବ। ତେଣୁ କେରଳର ମୁନ୍ନାର ଅଞ୍ଚଳରେ ଥିବା ଅନେକ ଦିନ ମଜୁରିଆ ଲାଇନରେ ରହି ସେଠାକାର ଡାକଘରେ ପାଖାପାଖି ୧୦୫୦ଟି ଆକାଉଣ୍ଟ ଖୋଲିଥିବା କୁହାଯାଉଛି। ହେଲେ ଏମିତି ମେସେଜ୍‌ କିଏ ଓ କାହିଁକି ପୋଷ୍ଟ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share