ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିବେ। ଦୁଇ ନେତାଙ୍କ ଉପସ୍ଥିତିରେ ଗାୟକ କୈଳାଶ ଖୈର ‘ ଜୟ ଜୟ କାରା, ଜୟ ଜୟ କାରା ସ୍ବାମୀ ଦେନା ସାଥ୍‌ ହମାରା’ ଗୀତ ଗାନ କରିବେ। କାର୍ଯ୍ୟକ୍ରମ ଶେଷରେ କୈଳାଶ ‘ଅଗଡ଼ ବମ୍‌ ବମ୍‌ ଲହରୀ’ ଗାନ କରିବେ। ଏନେଇ କୈଳାଶ କହିଛନ୍ତି ଯେ, ମୋର ଇଛା ଟ୍ରମ୍ପ୍‌ ଏହି ଗୀତରେ ଝୁମି ଉଠନ୍ତୁ। ଏହି କାର୍ଯ୍ୟକ୍ରମରେ ଗୁଜରାଟର ଗାୟକ କୀର୍ତ୍ତିଦାସ ଗଢ଼ଓ୍ବି ମଧ୍ୟ ଗୀତ ଗାନ କରିବେ।

Share