Categories: ଜାତୀୟ

ମୋଦି ଆସିବା ପରେ ଭଲ ହେଉଛି ବ୍ୟବସାୟ

ନୂଆଦିଲ୍ଲୀ,୨୧।୨: ରାଜଧାନୀ ଦିଲ୍ଲୀରେ ଲାଗିଥିବା ହୁନର ହାଟ ଏବେ ଆସିଛି ଚର୍ଚ୍ଚାକୁ। ବିଶେଷ କରି ଏହି ହୁନର ହାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବିହାରର ପ୍ରସିଦ୍ଧ ଖାଦ୍ୟ ଲିଟି ଚୋଖା ଖାଇବା ପରେ ଏହା ଆସିଥିଲା ଚର୍ଚ୍ଚାକୁ। ଆଉ ଏବେ ସବୁଠାରୁ ଅଧିକ ଭିଡ ଦେଖିବାକୁ ମିଳିଛି ଏହି ଲିଟି ଚୋଖା ଷ୍ଟଲରେ। ବ୍ୟବସାୟୀମାନେ କହୁଛନ୍ତି ମୋଦି ଆସି ଯିବାପରେ ଭଲ ବ୍ୟବସାୟ ହେଉଛି। ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ଏଠାକୁ ଆସି ଲିଟି ଚୋଖା ଖାଇବା ସହ ସେଠାରେ ଭାଗ ନେଇଥିବା ହସ୍ତଶିଳ୍ପ କାରୀଗରଙ୍କ ଭଲମନ୍ଦ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।

Share