Categories: ଜାତୀୟ

ମୋଦିଙ୍କ ହାତ ଛାଡିଲେ ହେବ ସତ୍ୟାନାଶ: ଫଡ଼ନବିଶ

ନାଗପୁର,୩।୮: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଜନାଦେଶ ଯାତ୍ରାରେ ବାହାରିଛନ୍ତି। ଶୁକ୍ରବାର ସେ ନାଗପୁରରେ ଏମିତି ଏକ ଯାତ୍ରାରେ ଯୋଗ ଦେବା ଅବସରରେ କହିଛନ୍ତି, ଯେଉଁମାନେ ମୋଦିଙ୍କ ହାତ ଛାଡିଛନ୍ତି ସେମାନଙ୍କର ସର୍ବନାଶ ହୋଇଛି। ଆଉ ଯେଉଁମାନେ ଏମିତି କରିଛନ୍ତି ସେମାନଙ୍କୁ ଜନତା କେବେ କ୍ଷମା ଦେବେନାହିଁ। ଏହି ଅବସରରେ ଫଡନବିଶ ଆହୁରି କହିଛନ୍ତି ବିରୋଧୀ ଦଳମାନେ ନିଜର ପରାଜୟ ପାଇଁ ଇଭିଏମ୍‌କୁ ଦୋଷ ଦେବା ଅପେକ୍ଷା ବରଂ ଏହାର ବିଶ୍ଳେଷଣ କରିବା ଭଲ। କାରଣ ହାରିବା ପରେ ଏମାନେ ଯେଉଁ ଇଭିଏମ୍‌କୁ ଦୋଷ ଦେଉଛନ୍ତି ସାରା ଦେଶରେ ସେହି ମେଶିନ୍‌ ଜରିଆରେ ହିଁ ମତଦାନ ହେଉଛି।

Share