ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଯୋଗ ଦେଇଥିବା ଜଣାପଡିଛି। ଆଉ ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେସବୁ ଫଟୋର ବିଶେଷତ୍ୱ ହେଉଛି ଫଟୋ ଗୁଡିକ ସେଲ୍‌ଫି। ବିଶ୍ୱ ଦରବାରରେ ଟାଣୁଆ ନେତା ଭାବେ ମୋଦିଙ୍କ ବେଶ୍‌ ନାଁ ଥିବା ବେଳେ ତାଙ୍କ ସହ ବଲିଉଡ୍‌ ଷ୍ଟାରମାନେ ସେଲ୍‌ଫି ନେବାକୁ ଯେମିତି ବ୍ୟଗ୍ର ଥିବା ଦେଖାଯାଇଛି। ଏହି ଫଟୋ ଗୁଡିକ ଦେଖିବା ପରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ମୋଦିଙ୍କ ସହ ସେଲ୍‌ଫି ନେବାବେଳେ ବେଶ୍‌ ଉତ୍ସାହିତ ଥିବା ଦେଖାଯାଇଛନ୍ତି। ଧଳା ରଙ୍ଗର ଶାଢି ସହ ପାରମ୍ପରିକ ଲୁକ୍‌ରେ ବେଶ୍‌ ସୁନ୍ଦର ଲାଗୁଥିଲେ ଜ୍ୟାକଲିନ।

         

କେବଳ ଜ୍ୟାକଲିନ ନୁହେଁ ‘ଦେ ଦେ ପ୍ୟାର ଦେ’ ଫେମ୍‌ ରକୁଲ ପ୍ରିତ, ଏକତା କପୁର, କଙ୍ଗନା ରାନାଓ୍ବତଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତିତ ଶାହାରୁଖ ଖାଁ, ଆମିର ଖାଁ, କପିଲ ଶର୍ମା ମଧ୍ୟ ମୋଦିଙ୍କ ସହ ବେଶ୍‌ ଉତ୍ସାହିତ ଢଙ୍ଗରେ ସେଲ୍‌ଫି ନେଉଥିବା ଦେଖାଯାଇଛି।

Share