Categories: ଜାତୀୟ

ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ବୈଠକରେ ଯୋଗ ଦେବା ପୂର୍ବରୁ ମୋଦିଙ୍କ ସହ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କ ସହ ଛାଇ ଭଳି ରହିଥିଲେ। ସେହି ମହିଳା ଜଣଙ୍କ ଥିଲେ ଆଇଏଫ୍‌ଏସ୍‌ ଅଫିସର ପ୍ରିୟଙ୍କା ସୋହାନି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀ କହିବା ଓ ବୁଝିବାରେ ସହଜ ଅନୁଭବ କରୁଥିବା ବେଳେ ଜିନପିଙ୍ଗ ମନ୍ଦାରିନ୍‌ କହିବା ଓ ବୁଝିବାକୁ ସହଜ ମଣୁଥିଲେ। ଆଉ ଉଭୟଙ୍କ ଭିତରେ ଏହି ଭାଷାର ଆଦାନ ପ୍ରଦାନ ପାଇଁ ପ୍ରିୟଙ୍କା ଥିଲେ ମାଧ୍ୟମ। ସେ ଜିନପିଙ୍ଗଙ୍କ ମନ୍ଦାରିନ୍‌ ଭାଷାକୁ ହିନ୍ଦୀରେ ଅନୁବାଦ କରିବା ସହ ହିନ୍ଦୀ ଭାଷାକୁ ମନ୍ଦାରିନରେ ଅନୁବାଦ କରି ଦେଉଥିଲେ। ଯାହା ଉଭୟ ନେତାଙ୍କ ପାଇଁ ଖୁବ୍‌ ସହଜ ହୋଇଥିଲା।

Share