Categories: ଜାତୀୟ

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ଯୋଗୀ ଆଦିତ୍ୟନାଥ କେବଳ ମୋଦିଙ୍କ ନିର୍ଦ୍ଦେଶ ପାଳନ କରୁଥିବା ମାୟାବତୀ କହିଛନ୍ତି। ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ମାୟାବତୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ମୋଦିଙ୍କ ଶାସନ କାଳ ସାମ୍ପ୍ରଦାୟିକ ହିଂସାରେ ବେଶ୍‌ କଳଙ୍କିତ ହୋଇଥିଲା। ସେହିପରି ଏବେ ମୋଦିଙ୍କ ଶାସନରେ ଦେଶର ସ୍ଥିତି ହୋଇଥିବା ମାୟାବତୀ ଅଭିଯୋଗ କରିଛନ୍ତି।

Share