Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କମଲ ହାସନଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୨୭।୫: ମକଲ ନିଧି ମଇଅମର ଅଧ୍ୟକ୍ଷ ତଥା ଭେଟେରାନ୍‌ ଅଭିନେତା କମଲ ହାସନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି। ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖରେ ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଲୋକ ସଭା ନିର୍ବାଚନରେ ବହୁ ପରିମାଣରେ ବିଜୟ ଲାଭ କରି ଭାଜପା କେନ୍ଦ୍ରରେ ପୁଣିଥରେ ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବେଳେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ।

Share