Posted inଜାତୀୟ

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ- ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ, ୩୧।୫: ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ) ଭାବେ ନିଆଯାଇଛି। ଶପଥ ନେବାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରାଯାଇଛି। ଆସନ୍ତୁ ଜାଣିବା କାହାକୁ କେଉଁ ବିଭାଗ ମିଳିଛି।

ନରେନ୍ଦ୍ର ମୋଦି-କର୍ମଚାରୀ, ସାଧାରଣ ଅଭିଯୋଗ, ପେନସନ୍‌, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆଯାଇ ନ ଥିବା ବିଭାଗ।

ପ୍ରତିରକ୍ଷା – ରାଜନାଥ ସିଂହ
ସ୍ବରାଷ୍ଟ୍ର  – ଅମିତ ଶାହ
ସଡକ ଏବଂ ପରିବହନ, ଏମଏସଏମ- ନୀତିନ ଗଡଗରୀ
ସାର ଏବଂ ରସାୟନ – ଡି.ଭି ସଦାନନ୍ଦ ଗୌଡା
ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର- ନିର୍ମଳା ସୀତାରାମନ
ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ- ରାମବିଳାଶ ପାଶଓ୍ବାନ
କୃଷି, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ- ନରେନ୍ଦ୍ର ସିଂହ ତୋମାର
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ – ହରସିମରତ୍‌ କୌର ବାଦଲ
ସାମାଜିକ ନ୍ୟାୟ, ସଶକ୍ତିକରଣ – ଥାଓ୍ବାର ଚାନ୍ଦ ଗେହଲଟ
ବୈଦେଶିକ ବ୍ୟାପାର – ଏସ୍‌.ଜୟଶଙ୍କର
ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି- ରବିଶଙ୍କର ପ୍ରସାଦ
ମାନବ ସମ୍ଭଳ ବିକାଶ – ରମେଶ ପୋଖରୀୟାଲ ‘ନିଶଙ୍କ’
ଆଦିବାସୀ ବ୍ୟାପାର- ଅର୍ଜୁନ ମୁଣ୍ଡା
ମହିଳା ଏବଂ ଶିଶୁ ବିକାଶ, ବୟନ ଶିଳ୍ପ- ସ୍ମୃତି ଇରାନୀ
ସ୍ବାସ୍ଥ୍ୟ, ପରିବାର କଲ୍ୟାଣ,ବିଜ୍ଞାନ ଏବଂ ପ୍ରଯୁକ୍ତି- ଡା.ହର୍ଷବର୍ଦ୍ଧନ
ପରିବେଶ, ଜଙ୍ଗଲ, ପାଣିପାଗ ପରିବର୍ତ୍ତନ ସୂଚନା ଏବଂ ପ୍ରସାରଣ- ପ୍ରକାଶ ଜାଭଡେକର
ପେଟ୍ରୋଲିୟମ,ପ୍ରାକୃତିକ ବାଷ୍ପ ଓ ଇସ୍ପାତ -ଧର୍ମେନ୍ଦ୍ର ପ୍ରଧାନ
ରେଳ, ବାଣିଜ୍ୟ ଏବଂ ଉଦ୍ୟୋଗ- ପିୟୁଷ ଗୋଏଲ
ସଂଖ୍ୟାଲଘୁ ବ୍ୟାପାର-ମୁଖତାର୍‌ ଅବାସ ନକ୍ଭି
ଦକ୍ଷତା ବିକାଶ, ଉଦ୍ୟୋଗୀକରଣ -ମହେନ୍ଦ୍ର ନାଥ ପାଣ୍ଡେ
ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି – ପ୍ରହ୍ଲାଦ ଯୋଶୀ
ଭାରି ଶିଳ୍ପ ଏବଂ ଉଦ୍ୟୋଗ – ଅରବିନ୍ଦ ସାଓ୍ବନ୍ତ
ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ପାଳନ -ଗିରିରାଜ ସିଂ
ଜଳ, ଶକ୍ତି – ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)
ଶ୍ରମ ଏବଂ ନିୟୋଜନ -ସନ୍ତୋଷ କୁମାର ଗଙ୍ଗଓ୍ବାର୍‌
ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ଯୋଜନା -ରାଓ ଇନ୍ଦରଜିତ୍‌ ସିଂ
ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି – ଶ୍ରୀପଦ ନାୟକ
ପିଏମଓ, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି -ଡ. ଜିତେନ୍ଦ୍ର ସିଂ
ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର -କିରେନ୍‌ ରିଜିଜୁ
ସଂସ୍କୃତି, ପର୍ଯ୍ୟଟନ – ପ୍ରହଲ୍ଲାଦ ପଟେଲ୍‌
ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ – ଆର୍‌.କେ. ସିଂ
ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ – ହରଦୀପ ପୁରୀ
ଜାହାଜ ଚଳାଚଳ, ସାର ଓ ରସାୟନ – ମନ୍‌ସୁଖ ମାଣ୍ଡବୀୟ

ରାଷ୍ଟ୍ର ମନ୍ତ୍ରୀ
ଇସ୍ପାତ – ଫଗନ ସିଂ କୁଲସ୍ତେ
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ – ଅଶ୍ୱିନୀ କୁମାର ଚୌବେ
ସଂସଦୀୟ ବ୍ୟାପାର, ଭାରିଶିଳ୍ପ – ଅର୍ଜୁନ ରାମ ମେଘୱାଲ
ପରିବହନ ଓ ରାଜପଥ – ଜେନେରାଲ ଭିକେ ସିଂହ
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ – କ୍ରୀଷନପାଲ ଗୁର୍ଜର
ଖାଦ୍ୟ ଯୋଗାଣ – ଦାନଭେ ରାଓସାହେବ ଦାଦାରାଓ
ସ୍ବରାଷ୍ଟ୍ର  – ଜି. କିଶନ ରେଡ୍ଡୀ
କୃଷି ଓ କୃଷକ କଲ୍ୟାଣ – ପରଷୋତ୍ତମ ରୁପାଲା
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ – ରାମଦାସ ଅଠାୱାଲେ
ଗ୍ରାମ୍ୟ ଉନ୍ନୟନ – ସାଧ୍ୱୀ ନିରଞ୍ଜନ ଜ୍ୟୋତି
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ – ବାବୁଲ ସୁପ୍ରିଓ
ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ – ସଂଜୀବ ବାଲ୍ୟାନ
ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ- ଧୋତ୍ରେ ସଂଜୟ ସାମରାଓ
ଅର୍ଥ, କର୍ପୋରେଟ ଆଫେୟାର୍ସ – ଅନୁରାଗ ଠାକୁର
ରେଳ – ଅଙ୍ଗଡି ସୁରେଶ ଚାନ୍ନାବାସାପା
ସ୍ବରାଷ୍ଟ୍ର – ନିତ୍ୟାନନ୍ଦ ରାୟ
ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ – ରତନ ଲାଲ କାଟାରିଆ
ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର – ଭି. ମୁରଲୀଧରନ
ଆଦିବାସୀ ବ୍ୟାପାର – ରେଣୁକା ସିଂହ ସାରୁତା
ବାଣିଜ୍ୟ ଓ ଶିଳ୍ପ – ସୋମ ପ୍ରକାଶ
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ – ରାମେଶ୍ୱର ତେଲି
ଏମଏସଏମଇ, ପ୍ରାଣୀ  ସଂପଦ, ମତ୍ସ୍ୟ ସଂପଦ – ପ୍ରତାପ ଷଡ଼ଙ୍ଗୀ

କୃଷି ଓ କୃଷକ କଲ୍ୟାଣ – କୈଳାସ ଚୌଧୁରୀ
ମହିଳା ଓ ଶିଶୁ ବିକାଶ  – ଦେବଶ୍ରୀ ଚୌଧୁରୀ

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri