Categories: ଜାତୀୟ

ମୋଦିଙ୍କ ବିଜୟ ଖୁସି: ହୋଟେଲରେ ୩ ଘଣ୍ଟା ମିଳିଲା ମାଗଣା ଜଳଖିଆ

ବିଳାସପୁର,୨୫।୫: ଛତିଶଗଡ଼ ବିଳାସପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଆନନ୍ଦିତ ହୋଇ ଜଣେ ଭାଜପା କର୍ମକର୍ତ୍ତା ଏକ ଜଳଖିଆ ଦୋକାନରେ ୩ ଘଣ୍ଟା ଖାଦ୍ୟ ସାମଗ୍ରୀ ଦେବାକୁ ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ୨୦ ହଜାର ଟଙ୍କାର ଜଳଖିଆ ଲୋକେ ଖାଇଥିବା କୁହାଯାଉଛି। ସ୍ଥାନୀୟ କର୍ମକର୍ତ୍ତା ବିକାଶ ମିଶ୍ରା ଏଭଳି କରିଛନ୍ତି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share