ମୋଦିଙ୍କ ପରେ ଏବେ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଚାଲୁ ରହିଛି ସ୍କ୍ରିପ୍ଟିଂ

ମୁମ୍ବାଇ: ବଡ଼ ପରଦାରେ ଦେଖିବାକୁ ମିଳିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପିଲାଦିନ, କଲେଜ ସମୟ ତଥା ରାଜନେତାରୁ ପ୍ରଧାନମନ୍ତ୍ରୀ ହେବା ପଛର କାହାଣୀ। ନରେନ୍ଦ୍ର ମୋଦିଙ୍କ ପରେ ବାଜପେୟୀଙ୍କ ଜୀବନକାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ବାୟୋପିକ୍‌। ଅମାଶ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରକୁ ନେଇ ପ୍ରଯୋଜକ ଶିବା ଶର୍ମା ବେଶ ଉତ୍ସାହିତ ବୋଲି ପ୍ରକାଶ କରିଛନ୍ତି।

ବାଜପେୟୀ ଭାଜପାର ଜଣେ ବରିଷ୍ଠ ନେତା ହେବା ସହ ଭାରତୀୟ ଜନସଂଘ(ବିଜେଏସ୍‌)ର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ ପୁସ୍ତକରେ ତାଙ୍କ ଜୀବନକାହାଣୀ ଅତି ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି। ବହିଟିକୁ ପଢ଼ିବା ପରେ ଶିବା ବାଜପେୟୀଙ୍କ ବିଷୟରେ ଅନେକେ କିଛି ଜାଣିବାକୁ ପାଇଥିଲେ। ଶେଷରେ ସେ ଏହାକୁ ତାଙ୍କର ପ୍ରଶଂସକଙ୍କ ନିକଟରେ ପହଞ୍ଚାଇବାକୁ ସ୍ଥିର କରିଛନ୍ତି। ଏବେ ଫିଲ୍ମର ସ୍କ୍ରିପ୍ଟିଂ ଚାଲୁ ରହିଛି। ଏହା ଶେଷ ହେବା ପରେ ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଚୟନ କରାଯିବ ବୋଲି ଶିବା କହିଛନ୍ତି।

Share