ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଭୟଭୀତ ଦାଉଦ୍‌: ଆଇଏସ୍‌ଆଇ ସହିତ ବୈଠକ

ଇସଲାମାବାଦ୍‌,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ବେଶ୍‌ ଭୟଭୀତ ହୋଇଯାଇଛନ୍ତି। ସେ ଭବିଷ୍ୟତ ଯୋଜନା ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ବୈଠକ କରିଥିବା କୁହାଯାଉଛି। ଭାରତୀୟ ଗୋଇନ୍ଦା ସଂସ୍ଥା ଆମେରିକା ତଥା ଇସ୍ରାଏଲ୍‌ ଗୋଇନ୍ଦା ଟିମ୍‌ ସହାୟତାରେ ଦାଉଦ୍‌ଙ୍କୁ ଭାରତ ଆଣିବାର ଯୋଜନା କରାଯିବା ଆଶଙ୍କା ନେଇ ସେ ଭୟଭୀତ ହୋଇ ଉଠିଛନ୍ତି। ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦାଉଦ୍‌ ଆଇଏସ୍‌ଆଇର କେତେକ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା କୁହାଯାଉଛି।

Share