Categories: ଜାତୀୟ

ମୋଦିଙ୍କ ଜନ୍ମଦିନରେ ସଙ୍କଟ ମୋଚନ ମନ୍ଦିରକୁ ୧.୨୫ କିଲୋ ଓଜନର ସୁନା ମୁକୁଟ ଦାନ କଲେ ପ୍ରଶଂସକ

ବାରଣାସୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ଥିବା ପ୍ରଶଂସକମାନେ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରକୁ ୧.୨୫ କିଲୋ ଓଜନର ଏକ ସୁନା ମୁକୁଟ ଦାନ କରିଛନ୍ତି। ଅରବିନ୍ଦ ସିଂ ନାମକ ମୋଦିଙ୍କର ପ୍ରଶଂସକ ମୋଦିଙ୍କ ଜନ୍ମଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ଏହି ମୁକୁଟ ମନ୍ଦିରକୁ ଦାନ କରିଥିବା ଜଣାପଡିଛି। ଅରବିନ୍ଦ କହିଛନ୍ତି ସେ ମାନସିକ କରିଥିଲେ ଯଦି ମୋଦି ଦ୍ୱିତୀୟ ଥର ଲାଗି ଶାସନ କ୍ଷମତାକୁ ଆସିବେ ତେବେ ସେ ଭଗବାନଙ୍କୁ ସୁନାର ମୁକୁଟ ଚଢାଇବେ। ଆଉ ଏହା ଫଳବତି ହେବାରୁ ସେ ମୋଦିଙ୍କ ଜନ୍ମ ଦିନରେ ଏହି ସୁନା ମୁକୁଟ ମନ୍ଦିରକୁ ଦାନ କରିଥିବା ପ୍ରକାଶ କରିଛନ୍ତି।

Share