Categories: ଜାତୀୟ

ମୋଦିଙ୍କ ଓ୍ବେବ୍‌ ସିରିଜ୍‌ ଉପରେ ଇସି କଟକଣା

ନୂଆଦିଲ୍ଲୀ,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଓ୍ବେବ୍‌ ସିରିଜ ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିଶନ (ଇସି) ଏରୋସ୍‌ ନାଓକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ‘ମୋଦି- ଜଣେ ସାଧାରଣ ବ୍ୟକ୍ତିର ଯାତ୍ରା’ ଶୀର୍ଷକରେ ପ୍ରସ୍ତୁତ ହୋଇଥିବା ୫ ଅଧ୍ୟାୟ ବିଶିଷ୍ଟ ଓ୍ବେବ୍‌ ସିରିଜ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି। ଓ୍ବେବ୍‌ ସିରିଜ ମୋଦିଙ୍କ ପିଲାଦିନଠାରୁ ଜାତୀୟ ନେତା ହେବା ପର୍ଯ୍ୟନ୍ତ ଜୀବନୀ ଉପରେ ଆଧାରିତ ବୋଲି ଏହାର ଟ୍ରେଲର ଦେଖିବା ପରେ ଇସି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପରେ ବାୟୋପିକ୍‌ ପ୍ରସାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପୂର୍ବରୁ ଇସି ନିର୍ଦ୍ଦେଶ ଦେଇଥିଲେ।

Share