ମୋଦିଙ୍କ ଆମେରିକା ଗସ୍ତ: ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଚୁକ୍ତି

ହ୍ୟୁଷ୍ଟନ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ଆମେରିକା ଗସ୍ତର ପ୍ରଥମ ଦିନରେ ଶକ୍ତି କ୍ଷେତ୍ରରେ ବୃହତ୍‌ ବୁଝାମଣା ହୋଇଛି। ଏନେଇ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକାର ଟେଲ୍ୟୁରିୟନ୍‌ ଏବଂ ଭାରତର ପେଟ୍ରୋନେଟ୍‌ କମ୍ପାନୀ ମଧ୍ୟରେ ଶକ୍ତି କ୍ଷେତ୍ରରେ ୫ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି କୁହାଯାଉଛି।

Share