Categories: ଜାତୀୟ

ମୋଦିଙ୍କୁ ଭେଟିଲେ କମଳନାଥ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଗୁରୁବାର ସାକ୍ଷାତ୍‌ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲୋକ ସଭା ନର୍ବାଚନ ସମୟରେ ଦୁଇ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ। କମଳନାଥ ମୋଦିଙ୍କୁ ଡିଭାଇଡ୍‌ ଇନ୍‌ ଚିଫ୍‌ କହିଥିଲେ। ସେହିପରି ମୋଦି କମଳନାଥଙ୍କୁ ୧୯୮୪ ଶିଖ୍‌ ଦଙ୍ଗା ପାଇଁ ଦାୟୀ କରିଥିଲେ। ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏହା ଦୁଇ ନେତାଙ୍କର ପ୍ରଥମ ସାକ୍ଷାତ୍‌କାର ବୋଲି କୁହାଯାଉଛି।

Share