Categories: ଜାତୀୟ

ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଶଶି ଥରୁର୍‌, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

ଥିରୁଭାନନ୍ତପୁରମ୍‌, ୨୭।୮: କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ପଡିଯାଇଛନ୍ତି। କେରଳ ପ୍ରଦେଶ କଂଗ୍ରେସ କମିଟି ଏନେଇ ଥରୁରଙ୍କୁ ସ୍ପଷ୍ଟୀକରଣ ମାଗିଛି। ସେ ଜବାବ ଦେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେରଳ କଂଗ୍ରେସ ଅଧ୍ୟକ୍ଷ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ କହିଛନ୍ତି। ସୂଚନାଯୋଗ୍ୟ, ଥିରୁଭାନନ୍ତପୁରମ୍‌ରୁ କଂଗ୍ରେସ ଏମ୍‌ପି ଥିବା ଥରୁର୍‌ ଗତ କିଛିଦିନ ତଳେ କହିଥିଲେ,ମୋଦି ଭଲ ତାମ କରୁଛନ୍ତି ତାଙ୍କୁ ପ୍ରଶଂସା କରାଯିବା ଉଚିତ୍‌।

Share