ମୋଦିଙ୍କୁ ଟୁଇଟ୍‌ କରି ଚର୍ଚ୍ଚାରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାଁ ସବୁବେଳେ ସାମାଜିକ ବିଷୟ ବସ୍ତୁକୁ ନେଇ ରିସର୍ଚ୍ଚ କରୁଥିବା ବେଳେ ଏହାକୁ ଠିକ୍‌ ଢଙ୍ଗରେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଅନ୍ତି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିବା ଏକ ଟୁଇଟ୍‌କୁ ନେଇ ଏବେ ଅଛନ୍ତି ଚର୍ଚ୍ଚାରେ। ମୋଦିଙ୍କୁ ଟ୍ୟାଗ୍‌ କରି ‘ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ’ ବନ୍ଦ କରିବାକୁ ନେଇ ଆମିର କହିଛନ୍ତି ଆମେ ସମସ୍ତେ ଏହାର ସ୍ବାଗତ କରୁଛୁ। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ‘ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ’ ବନ୍ଦ କରିବା। ମୋଦିଙ୍କୁ ଏ କ୍ଷେତ୍ରରେ ଆମିର ସହଯୋଗ କରିଥିବାରୁ ଏବେ ତାଙ୍କୁ ବହୁ ପ୍ରଶଂସା ମିଳିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ’ ବନ୍ଦ କରିବାକୁ କହିଥିବା ବେଳେ ଏହାକୁ ନେଇ ଆମିରଙ୍କର ଟୁଇଟ୍‌ ବେଶ୍‌ ଗ୍ରହଣୀୟ ହୋଇପାରିଛି।

Share