Categories: ଜାତୀୟ

ମୋତେ ଫାଶୀ ଦିଅ, ଆଖିରେ ଏସିଡ୍‌ ଢାଳ

ନୂଆଦିଲ୍ଲୀ,୧୩।୩(ପି.ଟି.): ମୁଁ ଯଦି ଭୁଲ କରିଥାଏ ତେବେ ମୋତେ ଫାଶୀ ଦେଇଦିଅ ଓ ମୋ ଆଖିରେ ଏସିଡ୍‌ ଢାଳ। ଦିଲ୍ଲୀର ଏକ କୋର୍ଟରେ ଏପରି କହିଛନ୍ତି ଉନ୍ନାଓ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଜପାରୁ ବହିଷ୍କୃତ ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍‌ଗାର। ଗୁରୁବାର କୋର୍ଟ ରୁମରେ ଦଣ୍ଡ ଶୁଣାଣି ଚାଲିଥିବାବେଳେ ନିଜ ପାଇଁ ନିଜେ ପକ୍ଷ ରଖିଥିଲେ କୁଲଦୀପ। ଜିଲା ଜଜ୍‌ ଧର୍ମେଶ ଶର୍ମାଙ୍କ ଆଗରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଅଭିହିତ କରିଥିଲେ। ତାଙ୍କୁ ନ୍ୟାୟ ମିଳୁ, ନଚେତ୍‌ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ସେ କହିଥିଲେ।

Share