Categories: ଖେଳ

ମୋତେ କୁହ, ମୋ ପରିବାରକୁ ଟାଣନି

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରୁ ବିଶ୍ରାମ ନେଇଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଆଇସିସି ବିଶ୍ୱକପର ସେମିଫାଇନାଲରୁ ଭାରତୀୟ ଦଳ ବିଦାୟ ନେବା ପରେ ଖେଳାଳି ନିଜ ପରିବାର ସହ ଅଧିକ ସମୟ ବିତାଉଥିବାରୁ ଦଳ ହାରିଲା ବୋଲି ପ୍ରଶଂସକ ମତ ଦେଇଥିଲେ। ଏପରି କି ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ଏନେଇ ମୁହଁ ଖୋଲିଛନ୍ତି ରୋହିତ। ସେ କହିଛନ୍ତି, ସବୁକଥାକୁ ନେଇ ପରିବାରକୁ ଟାଣିବା ଉଚିତ୍‌ ନୁହେଁ। ଯଦି ମୋ ପ୍ରଦର୍ଶନରେ ତ୍ରୁଟି ରହୁଛି, ତେବେ ମୋତେ ନେଇ ଚର୍ଚ୍ଚା କରାଯାଉ। କିନ୍ତୁ ମୋ ପରିବାରକୁ ଟାଣନ୍ତୁ ନାହିଁ। ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ହେଲେ ଦୁଃଖ ଲାଗେ। ସମସ୍ତଙ୍କ ଲାଗି ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେଣୁ ସେମାନଙ୍କୁ ପ୍ରଦର୍ଶନ ପାଇଁ ଦାୟୀ କରାଯିବା ଆଦୌ ଉଚିତ୍‌ ନୁହେଁ ବୋଲି ରୋହିତ କହିଛନ୍ତି।

Share