Categories: ଜାତୀୟ

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବା ସହ ଦୁର୍ଘଟଣା ମୃତ୍ୟୁରେ କ୍ଷତିପୂରଣ ରାଶି ବୃଦ୍ଧି କରିବା ସପକ୍ଷରେ ମତ ରଖିଥିଲେ। ଏହି ସଂଶୋଧିତ ବିଲ୍‌ରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ଏବେକାର ଲକ୍ଷେ ଟଙ୍କା ପର୍ଯ୍ୟାପ୍ତ ନୁହେଁ ବୋଲି ସେ ଦର୍ଶାଇଥିଲେ। ଗୃହରେ ସାଧାରଣ ଆଲୋଚନାରେ ଭାଗନେଇ ସେ କେନ୍ଦ୍ର ସରକାରଙ୍କଠାରୁ ସଡ଼କ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ନେଇ ହିସାବ ମାଗିଥିଲେ। ରାସ୍ତାରେ ସ୍ପିଡ୍‌ ଡିଟେକ୍ଟର, ସିସିଟିଭି କ୍ୟାମେରା ଲଗାଇବା କ୍ଷେତ୍ରରେ ରାଜ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ସେ ମତ ରଖିଥିଲେ।

Share