ମେ ୩ ଯାଏ ଜିଏମ୍‌, ରେଭେନ୍ସା ବିଶ୍ୱବିଦ୍ୟାୟ ବନ୍ଦ: ୨ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତିି ପ୍ରକାଶ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ସମ୍ବଲପୁର ଗଙ୍ଗଧର ମେହେରା ବିଶ୍ୱବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବାଦି୍ୟାଳୟ ମେ’ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ଏହି ୨ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତିି ପ୍ରକାଶ ପାଇଛି।
ରେଭେନ୍ସାରେ ଜୁନ୍‌ ୧୭ ଯାଏ କ୍ଲାସ୍‌ ବନ୍ଦ ରହିବ। କିନ୍ତୁ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍‌ଲାଇନ୍‌ରେ ଶିକ୍ଷା ଜାରି ରହିବ। ଏହି ସମୟରେ ଅଫିସ କର୍ମଚାରୀ ଓ ଅନ୍ୟାନ୍ୟ ଷ୍ଟାଫ୍‌ ଅଫିସରେ ଉପସ୍ଥିତ ରହିବେ।